fbpx

୬ ମାସ ତଳେ ହୋଇଥିଲା ବିବାହ, ୨ ମାସ ତଳେ କିଣିଥିଲେ ନୂଆ କାର୍

Advertisement

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ରହିଛନ୍ତି ପତି-ପତ୍ନୀ ଓ ସେମାନଙ୍କ ଭାଇ । ସୂତ୍ରରୁ ଜଣାପଡିଛି ମୃତକ ମାତ୍ର ୨ ମାସ ପୂର୍ବରୁ ନୂଆ କାର୍ କିଣିଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦମ୍ପତିଙ୍କର ମାତ୍ର କିଛି ମାସ ପର୍ବରୁ ହିଁ ବିବାହ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଏହି ସଡକ ଦୁର୍ଘଟଣାରେ ମୃତକମାନେ ହେଉଛନ୍ତି ଅଖିଳେଶ, ରାକେଶ, ଶିବାନୀ ଏବଂ ଆଦର୍ଶ ଚୌଧୁରୀ । ଏହି ୪ ଜଣ ଏକ କାର୍ ରେ ଯାତ୍ରା କରୁଥିଲେ । କୁହାଯାଉଛି ଟାୟାର ଅଚାନକ ଫାଟିବା ଦ୍ୱାରା କାର୍ ଅନିୟନ୍ତ୍ିତ ହୋଇ ଏକ ଗଛରେ ପିଟି ହୋଇ ଯାଇଥିଲା ଓ ସେଥିରେ ନିଆଁ ଲାଗି ଯାଇଥିଲା ।
ସୂଚନା ଅନୁସାରେ ହରଦା ଜିଲ୍ଲାର ଗ୍ରାମ ନୌସର ନିକଟରେ ବୁଧବାର ସକାଳ ପ୍ରାୟ ୭ଟା ସମୟରେ ଏକ କାର୍ରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ କାର୍ ରେ ବସିଥିବା ସମସ୍ତ ୪ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଛନ୍ତି । ମୃତକମାନଙ୍କ ଘର ବରକୋଲା ଗ୍ରାମରେ ବୋଲି ଜଣାପଡିଛି । ମୃତକ ରାକେଶ ଓ ଶିବାନୀଙ୍କ ବିବାହ ୬ ମାସ ତଳେ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଜଳିଯାଇଥିବା ସମସ୍ତ ମୃତଦେହକୁ କାର୍ ମଧ୍ୟରୁ ଜବତ କରି ନିକଟସ୍ଥ ଟିମରନୀ ହସ୍ପିଟାଲକୁ ପଠାଇଦେଇଛି । ଏହି ଦୁର୍ଘଟଣା ହରଦା ଟିମରନୀ ବିକାଶଖଣ୍ଡ କରତାନା ଟିମରନୀ ରୋଡରେ ହୋଇଛି । କାର ଏକ ଜ୍ୱଳନ୍ତ ଅଗ୍ନି ପିଣ୍ଡୁଳା ପାଲଟିଥିବାର ଦେଖି ନିକଟବର୍ତ୍ତୀ ଗ୍ରାମର ଲୋକମାନେ କାର୍ ର ପଛ କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ହୋଇଥିଲେ ।
ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ରାକେଶ ଓ ଶିବାନୀଙ୍କର ୬ମାସ ତଳେ ବିବାହ ହୋଇଥିଲା । ରାକେଶ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରନ୍ତି । ଅନ୍ୟପକ୍ଷରେ ଅନ୍ୟ ଦୁଇ ମୃତକ ଅଖିଳେଶ ଓ ଆଦର୍ଶ ହେଉଛନ୍ତି ରାକେଶଙ୍କ ସାନ ଭାଇ । ଏମାନେ ଏକ ବିବାହରେ ଭିଡିଓ ଶୁଟ୍ କାମ ସାରି ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

 

 

Get real time updates directly on you device, subscribe now.