fbpx

ଜମ୍ମୁ-କଶ୍ମୀରରେ ୨ ଯବାନ ସହିଦ, ଲାଗି ରହିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ, କୋକେରନାଗ ସାଜିଛି କାଳ!

ଓଡିଶା ଭାସ୍କର: ଜମ୍ମୁ-କାଶ୍ମୀରସ୍ଥିତ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଭୀଷଣ ଆକ୍ରମଣରେ ଭାରତର ୨ ଯବାନ ସହିଦ ହୋଇଛନ୍ତି । ତାହାସହ ଜଣେ ଭାରତୀୟ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି । ଏହାବାଦ ଏହି ଆତଙ୍କବାଦୀ ଆକ୍ରମଣରେ ୨ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣା ପଡିଛି । ପୁଲିସର କହିବାନୁସାରେ, ଆଜି ଦ୍ୱିପ୍ରହରରେ ଆତଙ୍କବାଦୀଙ୍କ ସହ ଭାରତୀୟ ଯବାନଙ୍କ ଲଢେଇ ହୋଇଥିଲା ।

ଆତଙ୍କବାଦୀମାନେ ସେନାକୁ ସେହି ସମୟରେ ଟାର୍ଗେଟ କରିଥିଲେ ଯେଉଁ ସମୟରେ କୋକେରନାଗ ଉପଖଣ୍ଡ ଜଙ୍ଗଲରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଲାଉଥିଲେ ଭାରତୀୟ ସେନା । ସେନାର ବିଶେଷବଳ ପୈରାଟ୍ରୁପ ଏହି ଆତଙ୍କବାଦୀଙ୍କୁ ତଡିବା ପାଇଁ ଅଭିଯାନକୁ ଜୋରସୋର କରିବାରେ ମଧ୍ୟ ଲାଗିଛନ୍ତି । ମାତ୍ର ବାରମ୍ବାର ଆତଙ୍କବାଦୀଙ୍କ ଆକ୍ରମଣ ଓ ଅନୁପ୍ରବେଶ ଲାଗି ରହିଛି ।

ଆଜି ହୋଇଥିବା ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ଲଢେଇ ହେଉଛି ବିଗତ ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ବଡ ଲଢେଇ । ୨୦୨୩ ମସିହାରେ ମଧ୍ୟ କୋକେରନାଗ ଜଙ୍ଗଲରେ ସେନା ଓ ଆତଙ୍କବାଦୀଙ୍କ ଲଢେଇରେ ଜଣେ ପୁଲିସ ଉପାଧିକ୍ଷକ, ଜଣେ ମେଜର ଓ ଜଣେ କମାଣ୍ଡିଂ ଅଫିସର ସହିତ ହୋଇଥିଲେ ।

Get real time updates directly on you device, subscribe now.