ଟିବି ନିରୋଧକ ଔଷଧ କମ ରହିଥିବା ଖବର ମିଥ୍ୟା: ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ବିଭିନ୍ନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ଟିବି ନିରୋଧକ ଔଷଧ କମ ରହିଥିବା ଖବର ମିଥ୍ୟା ଓ ଭ୍ରମାତ୍ମକ ଅଟେ । ଦେଶର ସମ୍ବେଦନଶୀଳ ୩୪୭ଟି ଜିଲ୍ଲାରେ ଶହେ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ଏନେଇ ପ୍ରଚାର ପ୍ରସାର କରାଯିବ । ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭାବେ ରୋଗ ଚିହ୍ନଟ, ନିର୍ଦ୍ଦିଷ୍ଟ ସମୟ ଭିତରେ ଡାଇଗ୍ନୋଷ୍ଟିକ ଯନ୍ତ୍ରପାତି ଯୋଗାଇବା ପରି ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

ତେବେ ଏନେଇ ୩୪୭ଟି ଜିଲ୍ଲା ସମେତ ସାରା ଦେଶରେ ଟିବି ନିରୋଧକ ଔଷଧ ସହ ଆବଶ୍ୟକୀୟ ଉପକରଣ ଯୋଗାଇବାକୁ ଉଦ୍ୟମ କରାଯିବ । କେନ୍ଦ୍ରୀୟ ଭଣ୍ଡାର ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଔଷଧ ଓ ଉପକରଣର ଷ୍ଟକ ନେଇ ନିୟମିତ ଯାଞ୍ଜ କରାଯିବ ବୋଲି କୁହାଯାଇଛି । ଏନଟିପି ଅଧୀନରେ ସବୁ କେନ୍ଦ୍ରରେ ଡିସେମ୍ବର ୬, ୨୦୨୪ ସୁଦ୍ଧା ଟିବି ନିରୋଧକ ସବୁ ଔଷଧର ଦୁଇ ମାସରୁ ଅଧିକ ଷ୍ଟକ ମହଜୁଦ ରହିଥିବା କୁହାଯାଇଛି । କ୍ୟାମ୍ପେନ ସମୟରେ ଅର୍ଡର ଅନୁସାରେ ଆବଶ୍ୟକୀୟ ସବୁ ଟିବି ନିରୋଧକ ଔଷଧ ମଗାଇବା ସହ ବିଭିନ୍ନ କେନ୍ଦ୍ରରେ ମହଜୁଦ ରଖାଯିବ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ସ୍ତରରେ ଛଅ ମାସ ଯାଏ ବଫର ଷ୍ଟକ ବୃଦ୍ଧି କରାଯିବ ବୋଲି ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।