ନୂଆଦିଲ୍ଲୀ: ଆଇସିସି ଟି୨୦ ୱାର୍ଲ୍ଡ କପ୍ ୨୦୨୧ରେ ବୁଧବାର ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡକୁ ୧୬ ରନରେ ପରାସ୍ତ କରିଛି । ତେବେ ନ୍ୟୁଜିଲାଣ୍ଡର ବିଜୟ ସହ ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ପାଇଁ ଅଡ଼ୁଆ ବଢ଼ିଛି । ନ୍ୟୁଜିଲାଣ୍ଡର ତିନିଟି ମ୍ୟାଚରୁ ଆଜିର ମ୍ୟାଚରେ ଏହାର ଦ୍ୱିତୀୟ ମ୍ୟାଚ ଏବଂ ଟିମକୁ ୪ ପଏଣ୍ଟ ରହିଛି । ଏହା ସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ପଥ ପରିଷ୍କାର କରିଛି ।
ବୁଧବାର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୭୨ ରନ କରିଥିଲା । ପରେ ସ୍କଟଲାଣ୍ଡକୁ ନିର୍ଦ୍ଦାରିତ ୨୦ ଓଭରରେ ୫ ୱିକେଟରେ ୧୫୬ ରନରେ ରୋକିବାକୁ ସମର୍ଥ ହୋଇଥିଲା । ସ୍କଟଲାଣ୍ଡ ପାଇଁ ମାଇକେଲ ଲୀସ୍କ ସବୁଠାରୁ ଅଧିକ ୨୦ ବଲରେ ୪୨ ରନ ହାସଲ କରିଥିଲେ । ସେହିଭଳି ନ୍ୟୁଜିଲାଣ୍ଡ ପାଇଁ ଟ୍ରେଣ୍ଟ ବୋଲ୍ଟ ଏବଂ ଇଶ ସୋଢ଼ୀ ଦୁଇ ଦୁଇ ୱିକେଟ ନେଇଥିଲେ ।