fbpx

ଆଜିଠୁ ୩ ଦିନ ଯାଏଁ ବର୍ଷା ଆଶଙ୍କା: ୧୧ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି,ମୟୁରଭଞ୍ଜ ଓ କୋରାପୁଟ ରହିଛି । ଏଥିସହିତ ଅଭ୍ୟାନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବା ମଧ୍ୟ ପୂର୍ବାନୁମାନ କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହା ଯାଇଛି ଯେ ଡିସେମ୍ବର ୨୭ରୁ ୨୯ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି । ସେହିପରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡି ପଡ଼ିବାର ସମ୍ଭାବନା ରହିଛି ।

ଗତ ୨୪ ଘଂଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୨୯.୮ ଡିଗ୍ରି ସେଲସିୟସ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୧.୦ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରା ଯାଇଥିବା ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.