fbpx

ରାଜ୍ୟରେ ବଦଳିଲା ପାଣିପାଗ,୧୦ ଜିଲ୍ଲାରେ ପ୍ରବଳ ବର୍ଷା ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ ବଦଳିବ ପାଣିପାଗ। ଆଜିଠୁ ୧୦ ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା।  ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ଭାରି ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୬ରେ ମଧ୍ୟ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୬ରେ ୫ ଜିଲ୍ଲାରେ ଅତି ପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

୭ ତାରିଖରୁ ବର୍ଷା ବଢ଼ିବ । ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତିରେ ପ୍ରବଳରୁ ଅତି ପ୍ରବଳ  ବର୍ଷା ହୋଇପାରେ । ଲଗାଣ ବର୍ଷା ଯୋଗୁ ତଳି ଅଞ୍ଚଳରେ ଜଳବନ୍ଦୀ ଓ
ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ଆଶଙ୍କା ଅଛି । ଏହାବାଦ୍‌ ନୂଆପଡ଼ା, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୮ ତାରିଖରେ ମଧ୍ୟ ଅଧିକାଂଶ ସ୍ଥାନରେ ବର୍ଷାଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହାବାଦ୍‌ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

Get real time updates directly on you device, subscribe now.