fbpx
BSKY SKY
BSKY SKY

ଆଜି ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ସହ ଘନ କୁହୁଡି ସମ୍ଭାବନା, ଆହୁରି ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ

BSKY

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟ ରେ ଶୀତ ପ୍ରକୋପ କମିଛି । ରାଜ୍ୟର ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି । ଏଥିସହ ରାଜ୍ୟରେ ଆଗକୁ ଆହୁରି ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ସେହିପରି ବୁଧବାର ସକାଳ ୮ଟା ୩୦ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେଉଁଝର, ବରଗଡ଼ର ଗୋଟିଏ କି ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ତେବେ ଘନ କୁହୁଡି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି  ୩୦ ତାରିଖ ମଧ୍ୟରେ ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୩୦ ତାରିଖରୁ ୩୧ ତାରିଖ ମଧ୍ୟରେ ଉପକୂଳ ଓଡିଶା, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, କନ୍ଧମାଳର କିଛି ଅଂଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.