fbpx

ଜେଲ୍ ରେ ରହି ବି ଚଳାଇଛନ୍ତି ଅପରାଧିକ ସାମ୍ରାଜ୍ୟ, କଳାପାଣି ପଠାଇ ଦେବାକୁ ଗୃହ ମନ୍ତ୍ରଣାଳୟକୁ କହିଲା ଏନଆଇଏ

Advertisement

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ ପକ୍ଷରୁ ଉତ୍ତର ଭାରତ ଜେଲ୍ ରେ ବନ୍ଦୀ ଥିବା ୧୦ରୁ ୧୨ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କୁ ଆଣ୍ଡାମାନ ନିକୋବର ଜେଲ୍(କଳାପାଣି) ପଠାଇ ଦେବା ପାଇଁ ନିବେଦନ କରାଯାଇଛି । ଏହି ବିଷୟକୁ ନେଇ ଗୃହ ମନ୍ତ୍ରଣାଳୟ ଅଧିକାରୀ ଓ ଏନଆଇଏ ଅଫିସରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇଛି । ଏନଆଇଏ କହିଛି କିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ପଠାଇ ଦିଆଯିବାର ଆବଶ୍ୟକତା ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଣ୍ଡାମାନ ନିକୋବରରେ କଏଦୀଙ୍କ ସଜା ବହୁତ କଠିନ ହୋଇଥାଏ । ଏହାକୁ କଳାପାଣି କୁହାଯାଏ । ମିଳିଥିବା ସୂଚନା ଅନୁଯାୟୀ ଏନଆଇଏ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଜେଲ୍ ରେ ବନ୍ଦ ଥିବା ସେହି ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ ଜେଲ୍ ପଠାଇବାକୁ ଚାହୁୁଁଁଛି ଯେଉଁମାନେ ଏଠାରେ ଜେଲ୍ରେ ରହି ବି ନିଜର ଅପରାଧ ସାମ୍ରାଜ୍ୟକୁ ପରିଚାଳିତ କରୁଛନ୍ତି । ଏନଆଇଏର ଲକ୍ଷ୍ୟ ଗ୍ୟାଙ୍ଗଷ୍ଟରମାନଙ୍କ ନେଟୱାର୍କକୁ ଧ୍ୱସ୍ତ କରିବା ।
ରିପୋର୍ଟ ଅନୁସାରେ ଏନଆଇଏ ଗ୍ୟାଙ୍ଗଷ୍ଟରଙ୍କୁ ଆସାମର ଦିିବ୍ରୁଗଡ ସେଣ୍ଟ୍ରାଲ ଜେଲ୍ ପଠାଇବାକୁ ମଧ୍ୟ ଯୋଜନା କରୁଛି । ଏହିଠାରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହ ଓ ତାର ସହଯୋଗୀ ରହୁଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପ୍ରଥମେ ଏହି ଗ୍ୟାଙ୍ଗଷ୍ଟରଙ୍କୁ ଦକ୍ଷିଣ ଭାରତର ଜେଲ୍କୁ ସ୍ଥାନାନ୍ତରୀତ କରିବାର ଥିଲା । କିନ୍ତୁ ଏହା ଏକ ଦୀର୍ଘ ପ୍ରକ୍ରିୟା ଥଇଲଶ ଓ ଏଥିରେ ରାଜ୍ୟ ସରକାରଙ୍କ ଅନୁମତି ନେବାର ଥିଲା । କିନ୍ତୁ ଆଣ୍ଡାମାନ ନିକୋବର କେନ୍ଦ୍ର ଶାସିତ ପ୍ରଦେଶ ହୋଇଥିବାରୁ ଓ ଏଠାକୁ ଗ୍ୟାଙ୍ଗଷ୍ଟରଙ୍କୁ ସ୍ଥାନାନ୍ତରୀତ କରିବା ଲାଗି କେନ୍ଦ୍ରକୁ କାହାର ଅନୁମତି ନେବା ଆବଶ୍ୟକ ନ ଥିବାରୁ ଏଠାକୁ ପଠାଇବା ଅଧିକ ଉଚିତ ହେବ ବୋଲି ଏନଆଇଏ କହିଛି ।

ଦିଲ୍ଲୀ ଜେଲ୍ ରେ ବନ୍ଦ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ପ୍ରାୟ ସମୟରେ ଗ୍ୟାଙ୍ଗୱାରର ଆଶଙ୍କା ରହୁଛି । ଚଳିତ ବର୍ଷ ମେ’ ୨ରେ ତିହାର ଜେଲ୍ ରେ ବନ୍ଦ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିଆର ହତ୍ୟା କରାଯାଇଥିଲା । ଗୋଗୀ ଗ୍ୟାଙ୍ଗ ଏହି ହତ୍ୟା ସହ ସଂପୃକ୍ତ ଥିଲା । ସୋସିଆଲ୍ ମିଡିଆରେ ଏକ ସିସିଟିଭି ଭିଡିଓ ଫୁଟେଜରେ ଦେଖିବାକୁ ମିଳିଥିଲା ଯେ, ସୁରକ୍ଷାକର୍ମୀଙ୍କ ସାମ୍ନାରେ ଟିଲ୍ଲୁ ତାଜପୁରିଆକୁ ଆକ୍ରମଣ କରାଯାଇଥିଲା । କେବଳ ଏତିକି ନୁହେଁ ବହୁ ଗ୍ୟାଙ୍ଗଷ୍ଟର ଜେଲ୍ ରେ ରହି ବି ବାହାରେ ଅପରାଧକୁ ନିୟନ୍ତ୍ରଣ କରୁଛନ୍ତି ।

Get real time updates directly on you device, subscribe now.