8 ରାଜ୍ୟର 15 ସ୍ଥାନରେ NIA, ପାକିସ୍ତାନ ପାଇଁ ଗୁଇନ୍ଦାଗିରି ସନ୍ଦେହରେ NIA ର ରେଡ୍

8 ରାଜ୍ୟର 15 ସ୍ଥାନରେ NIAର ରେଡ୍ । ପାକିସ୍ତାନ ପାଇଁ ଗୁଇନ୍ଦାଗିରି ସନ୍ଦେହରେ ରେଡ଼ କରିଛି NIA । ସନ୍ଦେହଜନକ ବ୍ୟକ୍ତି ପାକ୍ ପାଇଁ ଆର୍ଥିକ କାରବାର କରିଥିଲେ ।

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ସନ୍ଦେହରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ । ଦେଶର 8 ରାଜ୍ୟର 15 ସ୍ଥାନରେ ରେଡ଼୍ କରିଛି NIA । ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଆସାମ, ଦିଲ୍ଲୀ, ହରିୟାଣା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (PIOs) ସହ ଜଡିତ ସନ୍ଦିଗ୍ଧ ଲୋକଙ୍କ ଆଡ୍ଡା ଉପରେ NIA ଚଢାଉ କରିଛି ।

ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ସମ୍ବେଦନଶୀଳ ଆର୍ଥିକ ଡକ୍ୟୁମେଣ୍ଟ ସହିତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। CRPF ଯବାନ ମୋତି ରାମ ଜାଟଙ୍କୁ ପଚରାଉଚରା କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି NIA ।

ଭାରତ ବିରୋଧୀ ଆତଙ୍କବାଦୀ ଷଡ଼ଯନ୍ତ୍ର କରୁଥିବା ପାକିସ୍ତାନ ଦ୍ୱାରା ପରିଚାଳିତ ଗୁଇନ୍ଦା ରାକେଟର ସୁରାକ ସଂଗ୍ରହ କରିବା ପାଇଁ ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଯାହା ଦ୍ଵାରା ପାକିସ୍ତାନର ନିର୍ଦ୍ଦେଶରେ ଚାଲିଥିବା ଏହି ଗୁଇନ୍ଦାଗିରିର ପର୍ଦ୍ଦାଫାଶ ହୋଇପାରିବ।