fbpx

ଡ଼ିସେମ୍ବର ମାସରେ ଏହି ସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ , ଜଣାନ୍ତୁ କେଉଁ ଜିଲ୍ଲା ସାମିଲ

କରୋନା ଭାଇରସର ଦ୍ୱିତୀୟ ଲହର ଅନେକ ଦେଶକୁ କବଳିତ କରିଛି । ଭାରତରେ ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳି ନାହିଁ । କରୋନା ଭାଇରସର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଗୁଡ଼ିକରେ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ରାଜସ୍ଥାନ ସରକାର କରୋନାର ପ୍ରବାହକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ କିଛି ଅଞ୍ଚଳରେ କଟକଣା ଜାରି କରିଛନ୍ତି । ରାଜ୍ୟର କୋଟା, ଜୟପୁର, ଯୋଧପୁର, ବିକାନେର, ଉଦୟପୁର, ଅଜମେର, ଭିଲଓ୍ୱାଡ଼ା, ନାଗୋର, ପାଲି, ଟୋଙ୍କ, ସିକର ଏବଂ ଗଙ୍ଗାନଗରର ମୁଖ୍ୟାଳୟ ସହରରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.