fbpx

କେନ୍ଦୁଝର ଜେଲରେ ୯ କଏଦୀ କରୋନାରେ ଆକ୍ରାନ୍ତ

କେନ୍ଦୁଝର, ୧୨ା୫ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏବେ କେନ୍ଦୁଝର ଜେଲରେ ପଶିଛି କରୋନା । କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ମାସ ୨୮ ତାରିଖରେ ୩ ଜଣ ଚୋରି କେଶରେ ଜେଲକୁ ଆସିଥିଲେ । ସେମାନଙ୍କର ଥଣ୍ଡା, କାଶ ହେଉଥିବାରୁ କୋଭିଡ ଟେଷ୍ଟ ପରେ କରୋନା ପଜିଟିଭ୍ ରିପୋର୍ଟ ଆସିଥିଲା । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କର ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ଏହି ୯ ଜଣଙ୍କୁ ଜେଲର କୋଭିଡ୍ ୱାର୍ଡରେ ରଖି ଚିକିତ୍ସିତ କରାଯାଉଛି । ଗତ ମାସ ୨୬ ତାରିଖରେ ପାଟଣାଗଡ଼ ଉପକାରାଗାରରେ ମଧ୍ୟ ୪୦ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.