ଜଗତସିଂହପୁର: ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ। ଗାଧୋଇବାକୁ ଯାଇ ସମୁଦ୍ରରେ ଭାସିଗଲେ ୯ ଜଣ ପର୍ଯ୍ୟଟକ। ସାଙ୍ଗ ହୋଇ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ସମସ୍ତେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।
ଜଗତସିଂହପୁର ଶିଆଳି ନିକଟ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ। ସମୁଦ୍ରରେ ଭାସିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଆଉ ୮ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।