fbpx

ବାଣ କାରଖାନାରେ ବିସ୍ଫୋରଣ: ୯ ଶ୍ରମିକଙ୍କ ମୃତ୍ୟୁ, ୬ ଜଣ ଆହତ, ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡ଼ୁର ଏକ ବାଣ କାରଖାନାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟି ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଅନ୍ୟ ୬ ଜଣ ଶ୍ରମିକ ଆହତ ହୋଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଡ଼କମ୍ପ ମଚିଯାଇଛି । ବିରୁଧୁନଗର ଜିଲ୍ଲାର ବେମ୍ବାକୋଟ୍ଟଈ ସ୍ଥିତ ଏକ ବାଣ କାରଖାନାରେ ଘଟିଥିବା ଏହି ବିସ୍ଫୋରଣକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ମୃତକଙ୍କ ପଇଁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ମୁଥୁସାମୀପୁର ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା । ଉକ୍ତ ବିସ୍ଫୋରଣ ପରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପରେ ହସ୍ପିଟାଲ ନେବା ସମୟରେ ଆଉ ଦୁଇଜଣ ପ୍ରାଣ ହରାଇଥିଲେ । ଖବର ବିଷୟରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବାଣ କାରଖାନାର କେମିକାଲ ମିଶ୍ରଣ ରୁମରେ ଏହି ବିସ୍ଫୋରଣ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଏହି ବିସ୍ଫୋରଣ ଫଳରେ ଫ୍ୟାକ୍ଟି ନିକଟସ୍ଥ ଅନ୍ୟ ବିଲଡିଂର ବହୁତ କ୍ଷତିସାଧିତ ହୋଇଛି ।

Get real time updates directly on you device, subscribe now.