fbpx

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଦିଆଯିବ ଫାଶୀ

ନୂଆଦିଲ୍ଲୀ,୧୭ ।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି ହୋଇଛି । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ । ପାଟିଆଲା ହାଉସ୍ କୋର୍ଟ ଏହି ନୂଆ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଏକା ସାଙ୍ଗରେ ୪ ଦୋଷୀଙ୍କୁ ଦିଆଯିବ ଫାଶୀ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃଆରୀ ୧ରେ ନିର୍ଭୟା ମାମଲାରେ ସମ୍ପୃକ୍ତ ୪ଦୋଷୀଙ୍କୁ ଫାଶୀ ହୋଇଥାନ୍ତା । କିନ୍ତୁ ଦୋଷୀ ବିନୟ ରାଜକ୍ଷମା ଆବେଦନ କରିଥିବାରୁ ଏବଂ ରାଜକ୍ଷମା ଆବେଦନ ବିଚାରଧୀନ ଥିବାରୁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀମାନେ ଫାଶୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇଥିଲେ । ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସାଙ୍ଗକୁ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଥିଲେ । ଏନେଇ ଫାଶୀ ତାରିଖ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଥିଲା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପ୍ରଥମେ ଜାନୁଆରୀ ୨୨ରେ ସକାଳ ୭ଟା ରେ ଫାଶୀ ହେବା ନେଇ ମୃତ୍ୟୁ ପରୱାନା ଜାରି ହୋଇଥିଲା । ଚାରୀ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିଥିଲା । ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଫାଶୀ ତାରିଖ ୧୪ଦିନ ଘୁଞ୍ଚି ଫେବୃଆରୀ ୧ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ଗତ ୫ ତାରିଖ ଦିନ ୪ଦୋଷୀଙ୍କୁ ପୃଥକ ଭାବେ ଫାଶୀ ପାଇଁ ମନା କରିଥିଲେ ହାଇକୋର୍ଟ । ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକତ୍ର ଫାଶୀ ଦେବାକୁ ରାୟ ଶୁଣାଇଥିଲେ ହାଇକୋର୍ଟ । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଥିଲା । ୭ଦିନ ମଧ୍ୟରେ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.