fbpx

ଏହି ଆପରେ ପାଆନ୍ତୁ ବଜେଟର ସମସ୍ତ ଅପଡେଟ, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ: ଦେଶରେ ସଂପୂର୍ଣ୍ଣ ବଜେଟ ମଙ୍ଗଳବାର ୨୩ ଜୁଲାଇରେ ଜାରି ହେବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ୭ମ ଥର ବଜେଟ ଜାରି କରି ରେକର୍ଡ କରିବେ । ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ପୂର୍ବରୁ ବଜେଟରେ ପ୍ରତି ସେକ୍ଟରରେ ଅନେକ ଆଶା ରହିଛି । ସାଧାରଣ ଜନତାଙ୍କଠାରୁ ନେଇ ଟିକସଦାତା, ବେତନ ପ୍ରାପ୍ତ ଶ୍ରେଣୀ, ଯୁବକ, ବ୍ୟବସାୟ କ୍ଷେତ୍ର ଏବଂ କୃଷକମାନେ ମଧ୍ୟ ଏହି ବଜେଟରୁ କି ଆଶା କରିଛନ୍ତି । ତେବେ ବଜେଟ ଜାରି ହେବା ଦିନ ପ୍ରତ୍ୟେକ ମୁହୂର୍ତ୍ତର ସୂଚନା ଆପଣଙ୍କ ଫୋନରେ ଏହି ଆପ ମାଧ୍ୟମରେ ଆସିବ । ଏହା ଉପରେ ବଜେଟର ପ୍ରତି ଛୋଟ ବଡ ଅପଡେଟ୍ସ ଖୁବ ସହଜରେ ଏବଂ ଆଖି ପିଛୁଳାକେ ମିଳିଯିବ ।

ୟୁନିୟନ ବଜେଟ ଆପ ସରକାରଙ୍କ ଅଫିସିଆଲ ଆପ ଅଟେ । ଆପକୁ National Informatics Centre  ତିଆରି କରିଛି । ଏହି ଆପରେ ବଜେଟର ସମସ୍ତ ସୂଚନା ଏବଂ ଅପଡେଟ୍ସ ପିଡିଏଫ ଫର୍ମାଟରେ ମିଳିଯିବ । ଏହି ଆପ ଆପନଙ୍କୁ ଫୋନରେ ହିଁ ମିଳିଯିବ ।

-ସର୍ବପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ Union Budget App ଡାଉନଲୋଡ କରନ୍ତୁ ।
-ଏବେ ଆପାରେ ନିଜର ଡିଟେଲ୍ସ ପୂରଣ କରନ୍ତୁ ।
-ବଜେଟର ଡକ୍ୟୁମେଣ୍ଟ ଡାଉନଲୋଡ କରିବାର ଅପସନ ମିଳିବ ।
-ଡାଉନଲୋଡ ୟେରୋ ଉପରେ କ୍ଲିକ କରନ୍ତୁ ।
-ସମସ୍ତ ବଜେଟ ଡକ୍ୟୁମେଣ୍ଟ ଆପଣଙ୍କ ମୋବାଇଲ ଫୋନରେ ଡାଉନଲୋଡ ହୋଇଯିବ ।
-ନିଜର ଆବଶ୍ୟକତା ଅନୁଯାୟୀ, ଡକ୍ୟୁମେଣ୍ଟ ଡାଉନଲୋଡ କରନ୍ତୁ ।

Get real time updates directly on you device, subscribe now.