ଚିକିତ୍ସା ବିଜ୍ଞାନକୁ ବଡ଼ ଉପଲବ୍ଧି; ଜୀବନ ନାଶକ ସଂକ୍ରମଣ ଚିହ୍ନଟ ଏବେ ଚୁଟକିରେ

ଚିକିତ୍ସା ବିଜ୍ଞାନକୁ ମିଳିଲା ବଡ଼ ସଫଳତା । ଜୀବନ ନାଶକ ସଂକ୍ରମଣ ସେପ୍ସିସ ଏବେ ଚୁଟକିରେ ଚିହ୍ନଟ ହେବ ।

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନକୁ ମିଳିଲା ବଡ଼ ସଫଳତା । ଜୀବନ ନାଶକ ସଂକ୍ରମଣ ଏବେ ଚୁଟକିରେ ଚିହ୍ନଟ ହେବ । ଭାରତୀୟ ବୈଜ୍ଞାନିକମାନେ ଏକ ନାନୋ ସେନ୍ସର ବିକଶିତ କରିଛନ୍ତି ଯାହା ମୁହୂର୍ତ୍ତକରେ ଜୀବନ ପ୍ରତି ବିପଦପୂର୍ଣ୍ଣ ସଂକ୍ରମଣକୁ ଚିହ୍ନଟ କରିପାରିବ।

ବର୍ତ୍ତମାନ ବିଶ୍ବର ଲକ୍ଷ ଲକ୍ଷ ଲୋକ ସେପ୍ସିସରେ ପୀଡିତ । ତେବେ ଏହି ରୋଗରେ ଏକ ବଡ଼ ସଫଳତା ହାସଲ କରିଛନ୍ତି କାଲିକଟର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ । ସେମାନେ ଏକ ଏଭଳି ଡିଭାଇସ ଉଦ୍ଭାବନ କରିଛନ୍ତି, ଯାହା ରୋଗୀର ବେଡ୍ ପାଖରେ ହିଁ ସେପ୍ସିସର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନଟ କରିପାରିବ। ଏହା ରକ୍ତରେ ଥିବା ଏଣ୍ଡୋଟକ୍ସିନ୍ ନାମକ ଏକ ବିଷାକ୍ତ ଉପାଦାନକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ସେପ୍ସିସ୍ ଏକ ଗମ୍ଭୀର ରୋଗ, ଯାହା ସଂକ୍ରମଣ ଯୋଗୁଁ ହୋଇଥାଏ । ଏହି ରୋଗରେ ଅଙ୍ଗଗୁଡ଼ିକୁ ଡ୍ୟାମେଜ କରିଦିଏ ବା ଅଚଳ କରିଦିଏ, ହୃଦଘାତ ହୋଇପାରେ, ଏପରିକି ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ।

୧୦ ମିନିଟ୍ ମଧ୍ୟରେ ଫଳାଫଳ ଦେବ

କାଲିକଟର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଡକ୍ଟର ଏନ. ସନ୍ଧ୍ୟା ରାଣୀ କହିଛନ୍ତି ଯେ ବିଭିନ୍ନ ଇଲେକ୍ଟ୍ରୋକେମିକାଲ୍ ସେନ୍ସର୍ ପୃଷ୍ଠ ତିଆରି କରିବା ପରେ, ଆମର ଦଳ ଏକ ପଏଣ୍ଟ-ଅଫ୍-କେୟାର୍ ଡିଭାଇସ୍ ତିଆରି କରିବା ଉପରେ ଧ୍ୟାନ ଦେଇଛନ୍ତି। ଦଳ ସ୍ୱତନ୍ତ୍ର ଭାବରେ ଏଣ୍ଡୋଟକ୍ସିନ୍ ଚିହ୍ନଟ ପାଇଁ ଏକ ପୋର୍ଟେବଲ୍ ଏବଂ କମ ଖର୍ଚ୍ଚରେ ଇଲେକ୍ଟ୍ରୋକେମିକାଲ୍ ବାୟୋସେନ୍ସର୍ ପ୍ରୋଟୋଟାଇପ୍ ଡିଜାଇନ୍ କରିଛି ଏବଂ ଏହାକୁ ନିର୍ମାଣ ଏବଂ ପରୀକ୍ଷଣ ମଧ୍ୟ କରିଛି। ଏହି ଡିଭାଇସ୍ ମାନକ ଯୋଗ ପଦ୍ଧତି((Standard Addition Method) ବ୍ୟବହାର କରି ରକ୍ତ ସେରମରେ ଏଣ୍ଡୋଟକ୍ସିନ୍ ଚିହ୍ନଟ କରେ। ଏହି ଡିଭାଇସ୍ ୧୦ ମିନିଟ୍ ମଧ୍ୟରେ ଫଳାଫଳ ଦେଇଥାଏ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରତିବର୍ଷ ବିଶ୍ୱରେ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ବିଶ୍ୱ ସେପ୍ସିସ୍ ଦିବସର ୱେବସାଇଟ୍ ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ 40 ରୁ 50 ମିଲିୟନ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି, ଯେଉଁଥିରୁ 10 ରୁ 15 ମିଲିୟନ ଲୋକ ମୃତ୍ୟୁବରଣ କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକୁ ସମୟ ମଧ୍ୟରେ ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ଏହି ରୋଗର ଶୀଘ୍ର ଏବଂ ସଠିକ୍ ଚିକିତ୍ସା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।