ଯାହାଙ୍କୁ ବଡ ଭାବୁଥିଲି, ପାଖରୁ ବହୁତ ଛୋଟ ବାହାରିଲେ; କାହାକୁ ଟାର୍ଗେଟ୍ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସର୍ବଦା ନିଜର ଚୁଟକୁଲା ଟିପ୍ପଣୀରେ କାହାରିକୁ ନା କାହାରିକୁ ନିଶାଣ କରିଥାନ୍ତି। ଶନିବାର ପୁଣି ଥରେ ଗଡକରୀଙ୍କୁ ଏହି ଶୈଳୀରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏକ କାର୍ଯ୍ୟକ୍ରମ ସମୟରେ ନିଜର ଅନୁଭବ ବଖାଣି ଏମିତି କିଛି କହିଛନ୍ତି ଯାହାକୁ ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକେ ନିଜର ହସ ରୋକି ପାରି ନାହାନ୍ତି। କିନ୍ତୁ ତାଙ୍କର ଟିପ୍ପଣୀକୁ ନେଇ ଚର୍ଚ୍ଚା ଚାଲିଛି ଯେ, ଗଡକରୀ କାହାକୁ ତ ନିଶ୍ଚୟ ଟାର୍ଗେଟ୍ କରିଛନ୍ତି। ଗଡକରୀ କହିଛନ୍ତି, ସେ ଯେଉଁ ଲୋକମାନଙ୍କୁ ବଡ ଭାବୁଥିଲେ, ସେମାନଙ୍କୁ ନିକଟରୁ ଦେଖିବାରୁ ବହୁତ ଛୋଟ ବାହାରିଲେ। ମହାରାଷ୍ଟ୍ର ତ ଦିଲ୍ଲୀଠୁ ବି ଉନ୍ନତ ହୋଇ ପାରିଛି ବୋଲି ଗଡକରୀ କହିଛନ୍ତି।

ଗଡକରୀ ଏହା ପୂର୍ବରୁ ନିଜ ଟିପ୍ପଣୀରେ ବିଜେପି ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ସେ ସର୍ବଦା ରୋକ୍ ଠୋକ୍ ମନ୍ତବ୍ୟ ଦେବା ନେଇ ପରିଚିତ। ସେ କହିଛନ୍ତି, ଯେଉଁ ଲୋକଙ୍କୁ ସେ ବଡ ବଡ ନେତା ମାନୁଥିଲେ, ସେମାନଙ୍କୁ ନିକଟରୁ ଦେଖିବା ପରେ ଅନୁଭବ ହେଲା ଯେ, ସେମାନେ ଛୋଟ ଲୋକ। ଆଉ ଯେଉଁମାନଙ୍କୁ ଛୋଟ ଭାବୁଥିଲି ସେମାନେ ବାସ୍ତବରେ ବଡ ଥିଲେ ବୋଲି ଗଡକରୀ କହିଛନ୍ତି।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କହିଛନ୍ତି, ଯେବେ ମୁଁ ମୋ ପାର୍ଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲି, ସେହି ସମୟରେ ସେ ଦିଲ୍ଲୀରେ ରହୁଥିଲେ। ସେ ବ୍ୟଙ୍ଗ ଢଙ୍ଗରେ କହିଥିଲେ ଯେ, ଦିଲ୍ଲୀର ପାଣି ସୁଦ୍ଧ ନୁହେଁ। ତା ଅପେକ୍ଷା ମହାରାଷ୍ଟ୍ର ବହୁତ ଭଲ। ମୁମ୍ବାଇ ବହୁତ ଭଲ। ତାଙ୍କ କଥାରେ ଶ୍ରୋତା ଜବରଦସ୍ତ ହସିଥିଲେ। ଗଡକରୀ ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ବିଜେପିର ଅଧ୍ୟକ୍ଷ ଥିଲେ।