fbpx

ଆମେ ଆନ୍ଦୋଳନର ଡାକରା ଦେଇଦେଇଛୁ ….ଏଥର ବିଜେପି ସରକାରକୁ ହଟେଇକି ଦେଖାଇବୁ, ନୀତିଶ କୁମାରଙ୍କୁ ଭେଟିବା ପରେ ମମତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ରରୁ ବିଜେପି ସରକାରଙ୍କୁ ହଟେଇବା ପାଇଁ ଏବେ ବିରୋଧୀ ମାନେ ଏବେ ଏକ ହେବାରେ ଲାଗିଛନ୍ତି। କେବେଳ ଏତିକି ନୁହେଁ କିଭଳି ସେମାନେ ତାଙ୍କୁ ଗାଦିଚ୍ୟୁତ କରିବେ ସେଲାଗି ରଣକୌଶଳ ଆପଣାଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବିହାର ସିଏମ ନୀତୀଶ କୁମାର ଏବଂ ଡେପୁଟି ସିଏମ ତେଜସ୍ୱୀ ଯାଦବ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ରାଜ୍ୟ ସଚିବାଳୟରେ ଏହି ବୈଠକ ପରେ ନୀତୀଶ କୁମାର କହିଛନ୍ତି ଯେ ସିଏମ ମମତାଙ୍କ ସହ ଆମର ଦୀର୍ଘ ଦିନର ସମ୍ପର୍କ ରହିଛି। ତାଙ୍କ ଶାସନ କାଳରେ ଘଟିଥିବା ବିକାଶ ଆମେ ଦେଖିଛୁ । ଏଥି ସହିତ ମମତା ବାନାର୍ଜୀ କହିଛନ୍ତି ଯେ ଆମର ଉଦ୍ଦେଶ୍ୟ ହେଉଛି ବିଜେପିକୁ ହିରୋ ରୁ ଜିରୋ କରିବା।

ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପରେ ବିହାରର ସିଏମ୍ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଯେ ସମସ୍ତ ଦଳ ଏକାଠି ହୋଇ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବୁ । ଦେଶର ବିକାଶ ବିଷୟରେ ଚିନ୍ତା କରିବାକୁ ବିରୋଧୀ ଦଳମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆସିବାକୁ ପଡ଼ିବ। କାରଣ ଏବେ ଦେଶର ବିକାଶ ପାଇଁ ବିଜେପି ଆଉ ଆଗ୍ରହୀ ନାହିଁ । ବିଜେପି ନେତାମାନେ କେବଳ ସେମାନଙ୍କ ପ୍ରଚାର ପାଇଁ ଚିନ୍ତିତ । ଆଉ ଆମକୁ ଏହି ଜନସାଧାରଣ ମାନଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ । ଆମେ ସେଥିପାଇଁ ଏବେ ଏକଜୁଟ ହେବୁ ।

ତେବେ ମମତା ବାନାର୍ଜୀଙ୍କ ସହ ହୋଇଥିବା ବୈଠକ ସମ୍ପର୍କରେ ସେ କହିଛନ୍ତି ଯେ ଏହି ବୈଠକ ଅତ୍ୟନ୍ତ ସକରାତ୍ମକ ରହିଲା । ଏଥି ସହିତ ବିଜେପିକୁ ହଟେଇବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି, ତେଣୁ ବିହାରରେ ଏକତାର ବାର୍ତ୍ତା ଦେବା ପାଇଁ ଆମକୁ ପ୍ରଥମେ ଏକ ବୈଠକ କରିବା ଉଚିତ। ମୁଁ ଏ ବାବଦରେ ନୀତୀଶ ଜିଙ୍କୁ ମଧ୍ୟ ଅନୁରୋଧ କରିଛି ବୋଲି ମମତା କହିଛନ୍ତି ।
ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ବିଜେପିକୁ ଧ୍ୱଂସ କରିବା। ଗଣମାଧ୍ୟମ, ନକଲି କାହାଣୀକୁ ବ୍ୟବହାର କରି ବିଜେପି ହିରୋ ହୋଇଛି। ବିରୋଧୀ ଦଳର ଏକତା ଉପରେ ମମତା କହିଛନ୍ତି ଯେ ଅହଂକାରର ପ୍ରଶ୍ନ ନାହିଁ। ଆମେ ସାମୂହିକ ପ୍ରୟାସ ଚାହୁଁଛୁ ।

ସୂଚନାଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାର ଅଭ୍ୟାସ ଚାଲିଛି। କେତେବେଳେ ଶରଦ ପାୱାର, କେତେବେଳେ ତେଲେଙ୍ଗାନା ସିଏମ କେସିଆର ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏଥିପାଇଁ ପଦକ୍ଷେପ ନେଉଥିବାର ନଜର ଆସିଛନ୍ତି। ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହାର ନେତୃତ୍ୱ ନେଇଛନ୍ତି।

Get real time updates directly on you device, subscribe now.