“ନୀତିଶ ହିଁ ହେବେ ବିହାରର ମୁଖ୍ୟମନ୍ତ୍ରୀ”, ରାଜନାଥ ସିଂହଙ୍କ ବଡ଼ ଘୋଷଣା, ଲାଲୁଙ୍କ ପାଇଁ କହିଲେ ଏହି କଥା
ପାଟନାରେ ରାଜନାଥ ସିଂହଙ୍କ ବଡ଼ ଘୋଷଣା, କହିଲେ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ
ନୂଆଦିଲ୍ଲୀ: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଏବଂ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ବିକାଶ ପଥରେ ଅଛି।
ଆମ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଉପମୁଖ୍ୟମନ୍ତ୍ରୀ ହୁଅନ୍ତୁ, କାହାରି କାମରେ ଦାଗ ନାହିଁ, କେହି ପ୍ରମାଣିତ କରିପାରିବେନି ଏଥର ନିର୍ବାଚନ କେବଳ ବିକାଶ ଉପରେ ରହିବ।
ଏଥିସହ ସେ ଏହା ବି କହିଛନ୍ତି ଯେ, ନୀତିଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିହାରରେ ଏନଡିଏର ବହୁମତରେ ସରକାର ହେବ।
ଲାଲୁଙ୍କ ପାଇଁ କହିଲେ ଏହି କଥା: ରାଜନାଥ ସିଂହ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ରାଜଦ ସହ କଂଗ୍ରେସ ମଧ୍ୟ ବିହାରର କ୍ଷତି ପାଇଁ ଦୋଷୀ।
ଏହି ଦୁହିଁଙ୍କ ସରକାର ବିହାରକୁ ଗାତରେ ପକାଇଥିଲେ। ଅପରାଧ, ଜାତିବାଦ ଏବଂ ଜଙ୍ଗଲରାଜ ଯୋଗୁଁ ବିହାର ଅନ୍ଧାରକୁ ଚାଲିଯାଇଥିଲା। ଧିରେ ଧିରେ ଏହି ଅହଙ୍କାର ଶେଷ ହୋଇଛି।
ବିଜେପି ଏବଂ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ବିକାଶ ପଥରେ ଅଛି, ଯାହା ଏକ ସମୟରେ ବର୍ବାଦ ହୋଇଯାଇଥିଲା, ଆଜି ସେଇ ବିହାର ଆତ୍ମନିର୍ଭର ହୋଇଯାଇଛି ବୋଲି ରକ୍ଷା ମନ୍ତ୍ରୀ କହିଛନ୍ତି।
पटना, बिहार में कार्यसमिति की बैठक में संबोधन। https://t.co/KEutTwWiOp
— Rajnath Singh (@rajnathsingh) July 2, 2025