fbpx

ମେଡିକାଲ ଶିକ୍ଷାରେ ଲାଗୁ ହେବ ‘CBME କରିକୁଲମ୍’ ପାଠ୍ୟକ୍ରମ! MBBS ସିଲାବସ୍ ପରିବର୍ତ୍ତନ ନେଇ ଗାଇଡଲାଇନ୍ସ ଜାରି କଲା NMC

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ମେଡିକାଲ ଆୟୋଗ (ଏନଏମସି) ଏନେଇ ଏକ ବଡ଼ ପ୍ରସ୍ତୁତି କରୁଛି । ମେଡିକାଲ ଶିକ୍ଷାର ପ୍ୟାଟର୍ଣ୍ଣ ବଦଳିବା ସହିତ ଏନେଇ ୫ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହା ବଦଳରେ ଏନଏମସି ‘କମ୍ପିଟେନ୍ସି-ବେସଡ ମେଡିକାଲ ଶିକ୍ଷା (ସିବିଏମଇ) ପାଠ୍ୟକ୍ରମ ଲାଗୁ କରିବାକୁ ଯାଉଛି । ଏନେଇ ଏନଏମସି ନୂଆ ଗାଇଡଲାଇନ୍ସ ଜାରି କରିଛି । ନୂଆ ନିର୍ଦ୍ଦେଶନାମା ଅନୁସାରେ ଦେଶର ସମସ୍ତ ମେଡିକାଲ କଲେଜ ପାଇଁ ଏହା ବାଧ୍ୟତାମୂଳକ ହେବ । ଶିକ୍ଷାନୁଷ୍ଠାନମାନେ ଏହାର ନିୟମକୁ ପାଳନ କରିବେ । ପୁରୁଣା ପାଠ୍ୟକ୍ରମ ବଦଳିବା ସହିତ ୨୦୨୪-୨୫ର ଏମବିବିଏସ ବ୍ୟାଚରୁ ଏହା ଲାଗୁ ହେବ ବୋଲି କୁହାଯାଇଛି ।

ସିବିଏମଇ କରିକୁଲମ୍ ମେଡିକାଲ ଶିକ୍ଷାରେ ଲାଗୁ ହେବା ଫଳରେ ଏମବିବିଏସ ପାଠ୍ୟକ୍ରମରେ ଅନେକ କିଛି ପରିବର୍ତ୍ତନ ହୋଇଯିବ । ତେଣୁ ମେଡିକାଲ ଶିକ୍ଷା କରୁଥିବା ବା ନୀଟ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ଏନେଇ ଅବଗତ ହେବା ନିହାତି ଜରୁରୀ। ଏହି ପାଠ୍ୟକ୍ରମ ଦେଶର ମେଡିକାଲ ଗ୍ରାଜୁଏଟ୍ସଙ୍କର ଏକ ନୂଆ ପୀଢ଼ି ପାଇଁ ଡିଜାଇନ କରାଯାଇଛି । ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବା ନେଇ ଏହା ନୂଆ ଡାକ୍ତରମାନଙ୍କୁ ପ୍ରସ୍ତୁତ କରିବ । ଏଥିସହିତ ଡାକ୍ତରଙ୍କ ପାଇଁ ଜରୁରୀ ଜ୍ଞାନ, ଦକ୍ଷତା ଓ ଭିଜନ ଉପରେ ମଧ୍ୟ କାର୍ଯ୍ୟ କରିବ ।

Get real time updates directly on you device, subscribe now.