fbpx

ଏଥର କଟକରେ ହେବନି ପ୍ରସିଦ୍ଧ ବାଲିଯାତ୍ରା

କଟକ,୩୦ ।୧୦(ଓଡିଶା ଭାସ୍କର): ଚଳିତ ବର୍ଷ କଟକରେ ହେବନି ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ସେ କହିଛନ୍ତି ଯେ, ‘ କୋଭିଡ୍ ସ୍ଥିତିକୁ ଦେଖି ବାଲିଯାତ୍ରା ପାଇଁ ଅନୁମତି ଦେଇ ହେବନି । ଏଭଳି ଏକ ବିରାଟ ଆୟୋଜନ କଷ୍ଟକର । କାର୍ତ୍ତିକ ପୂର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ଧବଳେଶ୍ୱରରେ ବି ବଡଓଷା ଉତ୍ସବ ପାଳନକୁ ଅନୁମତି ନାହିଁ । ବଡ ଓଷା ନୀତି ପାଳନ ହେବ, କିନ୍ତୁ ଲୋକଙ୍କୁ ମନ୍ଦିର ଯିବାକୁ ମନା ହୋଇଛି ।’

Get real time updates directly on you device, subscribe now.