fbpx

ଓଡିଶାକୁ ନାହିଁ ବାତ୍ୟା ଭୟ , ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ: SRC

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବାବେଳେ ଏସଆରସି ପ୍ରଦୀପ ଜେନା ବାତ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇସାରିଛି । ଏଥିସହିତ ଆସନ୍ତା ୨୩ ଅକ୍ଟୋବର ସୁଦ୍ଧା ଏହା ତୀବ୍ର ଅବପାତ ରୂପ ନେବ ଆକଳନ ମଧ୍ୟ କରାଯାଇଛି । ଏତତ୍ ବ୍ୟତୀତ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।’

ଏସ ଆର ସି ପ୍ରଦୀପ ଜେନା ଆହୁରୀ ମଧ୍ୟ ସୂଚନା ଦେଇଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ଏହା ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ । ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଓଡିଶାକୁ ବତ୍ୟା ବିପଦ ନଥିବା ଏସ ।ର ସି ସୂଚନା ଦେଇଛନ୍ତି । ତେବେ ଏହି ବତ୍ୟା ପ୍ରଭାବରେ ୨୪ ତାରିଖରେ ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବ । କିଛି ସ୍ଥାନରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥୁିବାବେଳେ କିଛା ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସଗାଜ ରହିଥିବା ବେଳେ ଜନସାଧାରଣ ବ୍ୟାତାକୁ ନେଇ ଆତଙ୍କିତ ନ ହେବାକୁ ଏସ ଆର ସି ସୂଚନା ଦେଇଛନ୍ତି । ଏଥି ସହିତବଜାରରେ ଅଧିକ ଭିଡ ନ କରିବାକୁ ମଧ୍ୟ ଏସ ଆର ସି ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.