fbpx

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: BMC ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ହେବନି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛିଦିନ ପରେ ରାଜଧାନୀ ଭୁବନେଶ୍ୱର ସହର ମା’ଙ୍କର ପୂଜାରେ ଝଲସି ଉଠିବ । ଗଳିକନ୍ଦିରେ ପୂଜା ମେଢ଼ରେ ରାଜଧାନୀ ସତେ ଯେମିତି ନୂଆ ରୂପରେ ସଜେଇ ହେବ । ବର୍ଷର ଏଇ ଦିନଟିକୁ ଖୁସିର ସହିତ ଉପଭୋଗ କରିବା ପାଇଁ ରାଜଧାନୀ ବାସୀ ବର୍ଷ ସାରା ଉତ୍ସୁକତାର ସହିତ ଦିନ ଗଣୁଥାନ୍ତି । ତେବେ ଅନେକ ସମୟରେ ପୂଜା ସମୟରେ ଗ୍ରାଉଣ୍ଡ ରେଣ୍ଟକୁ ନେଇ କିଛି ସମସ୍ୟା ଦେଖାଦେଇଥାଏ ।

ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାବ୍ୟକ୍ତ କରିବା ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ବିଧାୟକ ଓ ବିଭିନ୍ନ ପୂଜା ସମିତିମାନେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ତେଣୁ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଚଳିତ ବର୍ଷ ଆଗାମୀ ଦିନରେ ରାଜଧାନୀରେ ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ପରି ଅନେକ ପୂଜା ଉତ୍ସବ ଅନୁଷ୍ଠିତ ହେବାର ଅଛି । ତେଣୁ ଏହିସବୁ ପୂଜା ଉତ୍ସବରେ ବିଏମସି ପକ୍ଷରୁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ବିଏମସି ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ ଏହା କାର୍ଯ୍ୟକାରୀ ହେବ ।

 

Get real time updates directly on you device, subscribe now.