୫୦ ଫୁଟ୍ ଉଚ୍ଚତାରେ ୩ ଘଣ୍ଟା ଝୁଲି ରହିଲା ୩୦ ଜୀବନ

ତାମିଲନାଡୁ:  ୫୦ ଫୁଟ୍ ଉଚ୍ଚତାରେ ୩ ଘଣ୍ଟା ଝୁଲି ରହିଲା ୩୦ ଜୀବନ। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଚିନା। ଆଶ୍ଚର୍ଯ୍ୟ ଲାଗିବନି ବା କେମିତି। କଥାଟି ହିଁ ସେମିତି। ଯିଏ ଶୁଣିବ କାବା ହୋଇଯିବ। କାରଣ ଜୀବନ ଝୁଲି ରହିଛି ଆକାଶରେ।

ହଁ ପାର୍କକୁ ଖୁସି ମନେଇବାକୁ ଯାଇଥିଲେ, ହେଲେ ଖୁସି ଦୁଃଖରେ ପରିଣତ ହୋଇଗଲା। ଆମ୍ୟୁଜମେଣ୍ଟ ପାର୍କରେ ୫୦ ଫୁଟ ଉଚ୍ଚତାରେ ଜଏ ରାଇଡରେ ବସିଥିବା ବେଳେ ପ୍ରାୟ ୩ ଘଣ୍ଟା ଧରି ୩୦ ଜଣ ଯାତ୍ରୀ ଝୁଲି ରହିଥିଲେ।

ଏପରି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇ ନିକଟସ୍ଥ ପୂର୍ବ କୋଷ୍ଟ ରୋଡରେ ଥିବା ଏକ ଆମ୍ୟୁଜମେଣ୍ଟ ପାର୍କରେ। ଉକ୍ତ ପାର୍କରେ  ଜଏରାଇଡ କାମ ନ କରିବା ଫଳରେ ୫୦ ଫୁଟ ଉଚ୍ଚତାରେ ୩୦ ଜଣ ଲୋକ ଝୁଲି ରହିବାର ଘଟଣା ସାମନାକୁ ଆସିଛି।

ଫସି ରହିଥିବା ଜଏରାଇଡରେ ବହୁ ଜଣ ମହିଳା ଓ ଶିଶୁ ମଧ୍ୟ ଥିଲେ। ଏହି ଜଏରାଇଡର ନାମ ‘ଟପ ଗନ’ ହୋଇଥିବା ବେଳେ ଗତ କାଲି ସନ୍ଧ୍ୟା ୬ଟା ବେଳେ ଏହି ରାଇଡର ଡାହାଣ ପଟ ଇଞ୍ଜିନରେ ବହୁତ ଜୋରରେ ଏକ ଶବ୍ଦ ହୋଇଥିଲା।

ତାପରେ ଆକାଶ ମଝିରେ ହିଁ ଝୁଲି ରହିଲା। ଯାହାକୁ ନେଇ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ। ଏହା ପରେ ରାତି ୯.୩୦ରେ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀମାନେ ସେମିତି ଆକାଶରେ ଝୁଲି ରହିଥିଲେ।