fbpx

‘ଜାମ୍ମୁ-କାଶ୍ମୀରରେ ଗତ ତିନି ବର୍ଷରେ ପୋଲିସ ଗୁଳିରେ ଯାଇନି ଜଣେ ବି ନିର୍ଦ୍ଦୋଷ ନାଗରିକଙ୍କ ଜୀବନ’

ନୂଆଦିଲ୍ଲୀ: ଅନେକ ଅଞ୍ଚଳରୁ ଆତଙ୍କର ଇକୋ-ସିଷ୍ଟମକୁ ବହୁ ମାତ୍ରାରେ ସମାପ୍ତ କରାଯାଇଛି। ଏଥିସହ ପୂରା ଇଲାକାରେ ଉଗ୍ରବାଦର ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି। ସୋମବାର ଏହା କହିଛନ୍ତି ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା। ସେ କହିଛନ୍ତି, ଆତଙ୍କବାଦ କେବଳ ସମାଜ ପାଇଁ ବିପଦ ନୁହେଁ ବରଂ ମାନବ ସଭ୍ୟତା ପାଇଁ ମଧ୍ୟ ବଡ ବିପଦ। ବିକାଶ ମାର୍ଗରେ ବାଧା ଦେଉଥିବା ଲୋକଙ୍କ ବିରୋଧରେ ଛିଡା ହେବା ଆମ ସମସ୍ତଙ୍କର ଦାୟିତ୍ଵ।

ଉପ ରାଜ୍ୟପାଳ କହିଛନ୍ତି, ପୋଲିସ୍ ଏବଂ ସୁରକ୍ଷାବଳ ଜାମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ଆତଙ୍କବାଦ ସମାପ୍ତ କରିବାରେ ସଫଳ ହୋଇଛନ୍ତି। ମାତ୍ର ଏହାକୁ ମୂଳପୋଛ କରାଯିବାର ଆବଶ୍ୟକତା ରହିଛି। ସମାଜରେ ଏମିତି କିଛି କାରକ ଅଛନ୍ତି, ଯାହା ଦୃଶ୍ୟମାନ ହେଉ ନାହିଁ ଏବଂ ଭିତରୁ ଦୁର୍ବଳ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପୋଲିସକୁ ଏହା ଉପରେ ନଜର ରଖିବାକୁ ପଡିବ ବୋଲି ଉପ ରାଜ୍ୟପାଳ କହିଛନ୍ତି।

ମନୋଜ ସିହ୍ନା କହିଛନ୍ତି, ପୋଲିସର ନୀତି ନିର୍ଦ୍ଦୋଷ ଲୋକଙ୍କୁ ହଇରାଣ କରିବାର ନାହିଁ ବରଂ ଦୋଷୀଙ୍କୁ ସଜା ଦେବା ଉପରେ ଉଦ୍ଦିଷ୍ଟ। ଗତ ତିନି ବର୍ଷରେ ପୋଲିସ ଗୁଳିରେ ଜଣେ ହେଲେ ନିର୍ଦ୍ଦୋଷ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିନାହିଁ।

ଜାମ୍ମୁ-କାଶ୍ମୀର ପୋଲିସ ନିଜର କୌଶଳ, ସମର୍ପଣ, ଗତିଶୀଳତା ଏବଂ ଦେଶର ସାର୍ବଭୌମତ୍ଵର ରକ୍ଷା କରିବାର ସଂକଳ୍ପ ସହିତ ସୁରକ୍ଷାର ଅନନ୍ୟ ଉଦାହରଣ ସୃଷ୍ଟି କରୁଛନ୍ତି। ସେ କହିଛନ୍ତି, ଆମକୁ ଆହୁରି ସମର୍ପଣ ଭାବ ସହ କାମ କରିବାର ଆବଶ୍ୟକତା ରହିଛି। ଯଦ୍ଵାରା ନୂତନ ବିପଦକୁ ରୋକା ଯାଇ ପାରିବ ବୋଲି ଉପ ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।

Get real time updates directly on you device, subscribe now.