ନୂଆଦିଲ୍ଲୀ: UGCରେ ଫିଜିକାଲ ମୋଡ ବଦଳରେ ଏଥର ଇ-ଅଫିସ ମୋଡରେ ହେବ କାମ । ଆଉ ଚଳିବନି ଫିଜିକାଲ ଫାଇଲ । ସଂଗଠନରେ ଏଥର ଫିଜିକାଲ ବଦଳରେ ଇ-ଅଫିସ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ନେଇଛି UGC । ଏଭଳି ଏକ ନିଷ୍ପତ୍ତି କେବଳ ଯେ ଅପରେସନ ପେପରକୁ ମୁକ୍ତ କରିବ ତା ନୁହେଁ । ଏହି ନିଷ୍ପତ୍ତି ହିତାଧିକାରୀମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇପାରିବ । ଏ ନେଇ ସୂଚନା ଦେଇଛନ୍ତି ୟୁନିଭର୍ସିଟି ଗ୍ରାଣ୍ଟସ କମିଶନ ବା ୟୁଜିସି ।