fbpx

‘ଚାରଚାନ୍ଦ’ ଲଗାଇଛନ୍ତି ବିହାରର ଚାନ୍ଦିପୁର ଗାଁ, ଅଢ଼େଇ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ଛୁଇଁପାରିନି ଘାତକ କରୋନା

ବିହାର : ‘ଦୁଇ ଗଜ ଦୂରତା, ମାସ୍କର ଆବଶ୍ୟକତା । ଏହି ଦୁଇ ଉକ୍ତିର ସଫଳ ରୂପାୟନ କରିଛନ୍ତି ବିହାରର ନରକଟିଆଗଞ୍ଜ ସବ-ଡିଭିଜନର ଚାନ୍ଦପୁର ଗାଁ ଲୋକମାନେ । କୋଭିଡ୍ ସମୟରେ ସାରା ବିଶ୍ୱବାସୀ ହନ୍ତସନ୍ତ ହେଉଥିବା ବେଳେ ଏହି ଗାଁକୁ କିନ୍ତୁ କୋଭିଡ୍ ଛୁଇଁ ପାରିନି । ଏହି ଗ୍ରାମରେ ଅଢ଼େଇ ହଜାର ଲୋକ ବାସ କରୁଥିବା ବେଳେ ସେଠାରେ କୌଣସି ବି ଲୋକ ଆଜି ପର୍ୟ୍ୟନ୍ତ କୋଭିଡ୍ ଦ୍ୱାରା ସଂକ୍ରମିତ ହୋଇନାହାନ୍ତି । ଆଉ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିୟମ ମାନି ସଚେତନ ରହିଛନ୍ତି । ଆଉ ଦେଶ ପାଇଁ ଉଦାହରଣ ପାଲଟିଛନ୍ତି ।

ଅନୁଶାସନ ଏବଂ ସତର୍କତା ଯୋଗୁଁ ଚାନ୍ଦପୁର ଗାଁର ଲୋକମାନେ ଏହି ରୋଗରୁ ଦୂରରେ ଅଛନ୍ତି । ଗତ ବର୍ଷ ଯେତେବେଳେ ଦେଶ ଲକଡାଉନ ହୋଇଥିଲା, ସେତେବେଳେ ହିଁ ଏହି ଗାଁର ଲୋକମାନେ ଗାଁର ସମସ୍ତ ରାସ୍ତାରେ ପ୍ରବେଶ ଦ୍ୱାର ତିଆରି କରିଥିଲେ । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ । ଗାଁର ଲୋକମାନେ ଏହି ମହାମାରୀକୁ ଆରମ୍ଭରୁ ହାଲୁକା ଭାବେ ଗ୍ରହଣ କରିନଥିଲେ । ବୋଧହୁଏ ଏହାର ଫଳାଫଳ ହେଉଛି କରୋନା ମୁକ୍ତ ଗାଁ । ଚାନ୍ଦପୁରର ଲୋକମାନେ ଅତ୍ୟଧିକ ଶିକ୍ଷିତ ନୁହଁନ୍ତି, କିନ୍ତୁ ସେମାନେ ଟିଭି ବା ଅନ୍ୟାନ୍ୟ ଉପାୟରେ ପାଇଥିବା କରୋନା ସତର୍କତାକୁ ଅକ୍ଷରେ ଅକ୍ଷରେ ପାଳନ କରିଚନ୍ତି । ଏହି ଗାଁର ଲୋକମାନେ ଏପରି କାର୍ୟ୍ୟ କରିଛନ୍ତି ଯାହା ଶିକ୍ଷିତ ଲୋକମାନେ କରିପାରିବେ ନାହିଁ ।

 

Get real time updates directly on you device, subscribe now.