ନୂଆଦିଲ୍ଲୀ: କାଶ୍ମୀର ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ଉପରାଷ୍ଟ୍ରପତି ଭାନ୍ସଙ୍କୁ ରୋକଠୋକ୍ ଶୁଣାଇଲେ । ପିଓକେ ଭାରତକୁ ଫେରିବା ନେଇ କଥା ହୋଇପାରିବୁ । ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ କଥା ହେବୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି । ଆମେ କାହାର ମଧ୍ୟସ୍ଥତା ଚାହୁଁନୁ ସ୍ପଷ୍ଟ କଲେ ପିଏମ ମୋଦି । ଆମେ କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ ।
ପିଏମ ମୋଦୀଙ୍କ କଡ଼ା ଚେତାବନୀ: ସାମରିକ ଲକ୍ଷ୍ୟ ପୂରଣ ହୋଇଛି କହିଲେ ପିଏମ ମୋଦି । ଅପରେସନରେ ସିନ୍ଦୂରରେ ୩ଟି ଲକ୍ଷ୍ୟ ପୂରଣ । ବାହା..ଲପୁର, ମୁର୍ଦ୍ଦିକେ, ମୁଜାଫରବାଦ କ୍ୟାମ୍ପ ମାଟିରେ ମିଶିଛି ।
ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି କହିଲେ । ସିନ୍ଧୁ ନଦୀ ଚୁକ୍ତି ସହ ସୀମା ପାର୍ ଆତଙ୍କବାଦ ଜଡ଼ିତ । ସୀମା ପାର୍ ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ବାତିଲ୍ କାଏମ୍ । ମନୋସ୍ତାତ୍ତ୍ୱିକ ବିଜୟ- ଘରେ ପଶି ମାରିଲୁ । ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ଼ ସଫଳତା ।