fbpx

ପ୍ରଚାର ରାଲିରେ ପାଳନ ହେଉନି କରୋନା ନିୟମ, ତାଗିଦ୍ କଲେ ନିର୍ବାଚନ ଆୟୋଗ

ନୁଆଦିଲ୍ଲୀ, ୧୦ା୪ (ଓଡିଶା ଭାସ୍କର) : ନିର୍ବାଚନ ପ୍ରଚାରରେ କୋଭିଡ୍ କଟକଣାକୁ ଖୁଲମଖୁଲା ଉଲଂଘନ କରୁଛନ୍ତି ନେତା ମନ୍ତ୍ରୀ ମାନେ । ବର୍ତ୍ତମାନ କିଛି ରାଜ୍ୟରେ ନିର୍ବାଚନ ଜାରି ରହିଛି । ତେଣୁ ପ୍ରାର୍ଥୀମାନେ କରୋନା କଟକଣାକୁ ଫୁ କରି ମୁହଁରେ ମାସ୍କ ନ ପିନ୍ଧି, ସାମାଜିକ ଦୁରତା ଅବଲମ୍ବନ ନ କରି ରାଲି କରୁଛନ୍ତି । ଯାହାଫଳରେ ସଂକ୍ରମଣ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଏବେ ପଶ୍ଚିମବଙ୍ଗରେ ଏହିଭଳି କିିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ନିୟମ ଉଲଂଘନ କରି ରାଲି କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳକୁ ଚେତାବନୀ ତଥା ତାଗିଦ୍ କରିଛି । ରାଲି ଏବଂ ଶୋଭାଯାତ୍ରାରେ କଟକଣାକୁ କଡାକଡି ଭାବରେ ପାଳନ କରିବାକୁ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତବର୍ଷ ବିହାର ନିର୍ବାଚନ ବେଳେ କରୋନା ଗାଇଡଲାଇନ୍ ଜାରି କରାଯାଇଥିଲା । ଉକ୍ତ ଗାଇଡଲାଇନ୍ ଅନୁସାରେ ପ୍ରଚାର ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ଅବଲମ୍ବନ କରିବା ନିହାତି ଦରକାର । ହେଲେ କିଛି ସ୍ଥାନରେ ଏହାକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ଦେଖିବାକୁ ମିଳିଥିଲା । ତେଣୁ ଏନେଇ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ପ୍ରୋଟୋକଲ୍ ସଠିକ୍ ଭାବରେ ପାଳନ କରନ୍ତୁ । ଆଉ ଯେଉଁ ରାଲି ମାନଙ୍କରେ ନିୟମ ପାଳନ ହେଉନି ସେଠାରେ ପ୍ରତିବନ୍ଧକ ଲଗାଯିବ । ତେଣୁ ସମସ୍ତ ଦଳ ନିୟମ ମାନନ୍ତୁ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ଚେତାବନୀ ସେହି ସମୟରେ ଆସିଛି ଯେତେବେଳେ ୪ଟି ରାଜ୍ୟର ନିର୍ବାଚନ ଶେଷ ହୋଇଯାଇଛି । ପଶ୍ଚିମବଙ୍ଗରେ ମଧ୍ୟ ୪ଟି ପର୍ୟ୍ୟାୟ ମତଦାନ ସରିଛି ।

 

Get real time updates directly on you device, subscribe now.