ରେସ୍ତୋରାଁର ଅଜବ ନିୟମ, ଖାଇବା ସମୟରେ ରାଜନୈତିକ ଆଲୋଚନାକୁ ନା
ରେସ୍ତୋରାଁକୁ ଖାଇବାକୁ ଯାଉଥିଲେ ଏହି ବିଷୟ ଉପରେ ଦିଅନ୍ତୁ ଧ୍ୟାନ । କରିପାରିବେନି ଏହି ବିଷୟରେ ଚର୍ଚ୍ଚା ।
ନୂଆଦିଲ୍ଲୀ: ସାଧାରଣତଃ ଚା ଖଟି ଏବଂ ଖାଇବା ସମୟରେ ଖଟି ହୋଇଥାଏ । ରେସ୍ତୋରାଁ ଯାଇ ଖାଇବା ସମୟରେ ଲୋକେ ଅନେକ ପ୍ରକାରର ଟପିକକୁ ନେଇ ଆଲୋଚନା କରିଥାନ୍ତି । ରାଜନୈତିକ, ପାରିବାରିକ, କ୍ରିକେଟ, ଫିଲ୍ମ ଆଦି ବିଷୟକୁ ନେଇ ଖଟି ହୋଇଥାଏ ।
କିନ୍ତୁ ବେଙ୍ଗାଲୁରରୁ ଏକ ରେସ୍ତୋରାଁ ଏଭଳି ଏକ ନିୟମ ଆଣିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଦକ୍ଷିଣ ବେଙ୍ଗାଲୁରୁର ଏକ ରେସ୍ତୋରାଁ ଖାଇବା ସମୟରେ ରିଅଲ ଇଷ୍ଟେଟ କିମ୍ବା ରାଜନୈତିକ ଆଲୋଚନା ନକରିବା ପାଇଁ ନିବେଦନ କରିଛି । ତେବେ ରେସ୍ତୋରାଁ ବାହାରେ ଏନେଇ ଏକ ବୋର୍ଡ ମଧ୍ୟ ଲଗାଯାଇଛି ।
ତେବେ ଉକ୍ତ ପୋଷ୍ଟରେ ଲେଖାଯାଇଛି ଯେ, ଏହି ରେସ୍ତୋରାଁକୁ ଖାଇବା ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏଠାରେ ଖାଇବା ସମୟରେ ଦୟାକରି ରାଜନୈତିକ ଆଲୋଚନା କରନ୍ତୁ ନାହିଁ ।
ତେବେ ରେସ୍ତୋରାଁ ବାହାରେ ମରାଯାଇଥିବା ଏହି ବୋର୍ଡ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।
ତେବେ ଲୋକେ ଖାଦ୍ୟ କମ୍ ଅର୍ଡର କରି ଅଧିକ ଚର୍ଚ୍ଚା କରୁଥିବା ଲୋକଙ୍କ ପାଇଁ ଏଭଳି ପଦକ୍ଷେପ ଆପଣାଉଥିବା କୁହାଯାଉଛି । ଏହାକୁ ଲୋକେ ବିରୋଧ ମଧ୍ୟ କରୁଛନ୍ତି ।