fbpx

‘ବନ୍ୟା ଆଶଙ୍କା ନାହିଁ’

ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ୟଶ୍ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି । ପବନର ବେଗ ମଧ୍ୟ ଖସିଆସିଛି । ହେଲେ କିଛି ଉପକୂଳବର୍ତ୍ତୀ ସ୍ଥାନରେ ଏବେ ସୁଦ୍ଧା ବାତ୍ୟା ପରର ବର୍ଷା ଲାଗିରହିଛି । ବାଲେଶ୍ୱର ଓ ଭଦ୍ରକ ପରେ ଏବେ ୟଶ୍ ମୟୁରଭଞ୍ଜ ଦେଇ ଗତି କରୁଛି । ତେବେ ଜଳସମ୍ପଦ ସର୍ବୋଚ୍ଚ ମନ୍ତ୍ରୀ ଜ୍ୟୋତିର୍ମୟ ରଥ ବାତ୍ୟା ପରର ସ୍ଥିତି ନେଇ ସମୀକ୍ଷା କରି କହିଛନ୍ତି ଯେ, ବନ୍ୟା ଆଶଙ୍କା ନାହିଁ । ଯେଉଁଠି ପାଣି କମିଯାଇଛି ସେହି ସେହି ସ୍ଥାନରେ ଅଫିସର୍ ମାନେ ରହିଛନ୍ତି । ବର୍ତ୍ତମାନ ବାତ୍ୟା ଅତିକ୍ରମ କଲା ତା ଉପରେ ନଜର ରଖିଛନ୍ତି । ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖାରେ ପାଣି ନାହିଁ । ଯେଉଁ ତଳିଆ ଅଞ୍ଚଳ ଗୁଡିକ ପ୍ରଭାବିତ ହୋଇଛି ବର୍ଷା କମିବା ପରେ ସେହି ସବୁ ଅଞ୍ଚଳର କାମ ଆରମ୍ଭ ହେବ ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ୩୭ ବ୍ଲକରେ ୧୦୦ ମିମି ବର୍ଷା ହୋଇଛି ତେବେ ବନ୍ୟାର ଆଶଙ୍କା ନାହିଁ । ହେଲେ ଏହାପରେ ବି ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଜର ରଖାଯାଇଛି । ସୁଚନା ଥାଉ କି, ବାତ୍ୟା ୟଶ୍ ବାଲେଶ୍ୱର ଏବଂ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଭିନ୍ନ ଘର ଭାଙ୍ଗିବା ସହିତ ଅନେକ ବଡ ବଡ ଗଛ ଉପୁଡିଯାଇଛି । ସେହି ସ୍ଥାନ ମାନଙ୍କରେ ଏବେ ଏନଡିଆରଏଫ୍ ଟିମ୍ ମୁତୟନ ରହି ଗଛ ସବୁକୁ ରାସ୍ତା ଉପରୁ ବାହାର କରୁଛନ୍ତି ।

Get real time updates directly on you device, subscribe now.