ସୁଟିଂ ସେଟରେ ମନମାନୀ କରୁଥିଲେ ସଲମାନ, ରାତି ୮ଟା ପରେ ଦେଉଥିଲେ ଧରା, ଅସୁବିଧା ଭୋଗୁଥିଲା ଟିମ୍

ସିକନ୍ଦର ଫିଲ୍ମ ବେଳେ ଏମିତି ମନଇଚ୍ଛା କାମ କରୁଥିଲେ ସଲମାନ । ରାତିବେଳା ଦିନର ସୁଟିଂ କରୁଥିଲେ ।

ମୁମ୍ବାଇ: ୨୦୨୫ ମସିହାରେ ସଲମାନ ଖାନ ତାଙ୍କର ଫିଲ୍ମ ‘ସିକନ୍ଦର’ ସିନେମା ରିଲିଜ ହୋଇଥିଲା । ଏଆର ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରୁ ସମସ୍ତଙ୍କର ବହୁତ ଆଶା ଥିଲା, କିନ୍ତୁ ଏହି ଫିଲ୍ମଟି ସେତେ ସଫଳ ହୋଇପାରିନଥିଲା।

ଫିଲ୍ମର ନିର୍ଦ୍ଦେଶକ ଫିଲ୍ମର ସୁଟିଂ ଏବଂ ଏହାର ବକ୍ସ ଅଫିସ ପ୍ରଦର୍ଶନ ବିଷୟରେ ନିଜ ମନ୍ତବ୍ୟ ରଖିଛନ୍ତି। ଏହା ସହିତ, ସେ ସଲମାନ ଖାନଙ୍କ ସହ କାମ କରିବାର ସମସ୍ୟା ବିଷୟରେ ଖୋଲି କହିଛନ୍ତି ।

ଏଆର ମୁରୁଗାଡୋସ ଭାଲାଇପେଚୁ ଭଏସ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିନେତା ସଲମାନଙ୍କ ସହ କାମ କରିବା ବିଷୟରେ ଆଲୋଚନା କରିସାଜନ୍ତି; ସଲମାନ ରାତି ୮ଟାରେ ସେଟରେ ପହଞ୍ଚୁଥିଲେ, ଯାହା ଯୋଗୁଁ ଟିମ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ମୁରୁଗାଡୋସ ସଲମାନ ଖାନଙ୍କ କାମ କରିବାର ଶୈଳୀ ବିଷୟରେ କହିଥିଲେ ଯେ ଫିଲ୍ମର ସୁଟିଂ ସମୟରେ, ଟିମ ଅଭିନେତାଙ୍କ ପାଇଁ ଅପେକ୍ଷା କରୁଥିଲେ। ସେ କହିଥିଲେ ଯେ ସଲ୍ମାନ ସେଟକୁ ରାତି ୮ଟା ପୂର୍ବରୁ ଆସୁ ନଥିଲେ।

ନିର୍ଦ୍ଦେଶକ କହିଥିଲେ ଯେ ସଲମାନ ଖାନଙ୍କ ସହ କାମ କରିବା ଆଦୌ ସହଜ ନଥିଲା। ସେ ଏହା ମଧ୍ୟ କହିଥିଲେ ଯେ ସଲମାନ ରାତିରେ ଦିନ ପାଇଁ ସୁଟିଂ କରୁଥିଲେ, ଯାହା ଫଳରେ କ୍ରୁ ସଦସ୍ୟଙ୍କୁ ବହୁତ ଅସୁବିଧା ହେଉଥିଲା।

ଜଣେ ଷ୍ଟାରଙ୍କ ସହ ସୁଟିଂ କରିବା ସହଜ ନୁହେଁ। ଆମକୁ ରାତିରେ ଦିନର ଦୃଶ୍ୟ ସୁଟିଂ କରିବାକୁ ପଡ଼େ କାରଣ ସେ କେବଳ ରାତି 8ଟା ସୁଦ୍ଧା ସେଟରେ ଆସନ୍ତି।

‘ସିକନ୍ଦର’ର ସୁଟିଂକୁ ମନେ ପକାଇ ସେ କହିଥିଲେ,ସଲମାନ ଖାନଙ୍କ କାର୍ଯ୍ୟଶୈଳୀ ଯୋଗୁଁ ସେଟରେ ଉପସ୍ଥିତ ଶିଶୁ କଳାକାରଙ୍କୁ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। କାରଣ, ପିଲାମାନେ କ୍ଳାନ୍ତି ଯୋଗୁଁ ଶୋଇପଡ଼ୁଥିଲେ।