fbpx

ଏବେ ପରୀକ୍ଷାକୁ ନେଇ ଆଉ ରହିବନି ଟେନସନ, ଛାତ୍ରଛାତ୍ରୀଙ୍କ ଲାଗି ବୋର୍ଡ ଆରମ୍ଭ କଲା ଏହି ମାଗଣା ସୁବିଧା

ନୂଆଦିଲ୍ଲୀ: ସିବିଏସଇ ବୋର୍ଡ ପରୀକ୍ଷା ୨୦୨୪ ଆରମ୍ଭ ହେବାକୁ ଏବେ ବହୁତ କମ୍ ସମୟ ବାକି ରହିଲା । ୧୦ମ ଓ ଦ୍ୱାଦଶର ପ୍ରାକ୍ଟିକାଲ ପରୀକ୍ଷା ୧ ଜାନୁୟାରୀରୁ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଫାଇନାଲ ବୋର୍ଡ ପରୀକ୍ଷା CBSE Board Exam 2024  ପୂର୍ବରୁ ଛାତ୍ରଛାତ୍ରୀଙ୍କ ଟେନସନ କମ୍ କରିବା ପାଇଁ ବାର୍ଷିକ ମନୋବୈଜ୍ଞାନିକ ପରାମର୍ଶ ସେସନ ଆରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା ପରୀକ୍ଷା ସମୟରେ ଛାତ୍ରଙ୍କ ସହାୟତା ଲାଗି ମାଗଣାରେ ମନୋବୈଜ୍ଞାନିକ ପରାମର୍ଶ ଦିଆଯିବ ।

ସିବିଏସଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ସାଇକୋଲଜି କାଉନସେଲିଂ ସେସନ ଜାନୁୟାରୀ ୧ରୁ ଆରମ୍ଭ ହେବ । ବୋର୍ଡର ଫାଇନାଲ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଇଣ୍ଟରଆକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ (IVRS) , ପଡକାଷ୍ଟ ଓ ଟେଲି କାଉନସେଲିଂ ସୁବିଧା ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ଟୋଲ୍ ଫ୍ରି ନଂ ୧୮୦୦-୧୧-୮୦୦୪ ରେ ମାଗଣା IVRS ସୁବିଧା ଉପଲବ୍ଧ କରାଯିବ । IVRS ମାଧ୍ୟମରେ ଷ୍ଟ୍ରେସ୍ ଫ୍ରି ପ୍ରସ୍ତୁତି, ଟାଇମ୍ ଓ ଷ୍ଟ୍ରେସ ମ୍ୟାନେଜମେଣ୍ଟ, ପ୍ରାୟ ସମୟ ଆସୁଥିବା ପ୍ରଶ୍ନ ଓ ସିବିଏସଇ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଡିଟେଲ ବିଷୟରେ ସୂଚନା ହିନ୍ଦୀ ଓ ଇଂରାଜୀରେ ମିଳିବ ।

ଏହା ବ୍ୟତିତ ବୋର୍ଡ ଏକ ଫ୍ରି ଟେଲି କାଉନସେଲିଂ ସେବା ବି ଆରମ୍ଭ କରିବାକୁ ଯାଉଛି ଯାହା ସୋମବାରରୁ ଶନିବାର ସକାଳ ୯ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ସେବା ୬୫ ଜଣ ପ୍ରଫେସନାଲଙ୍କୁ ନେଇ ଗଠିତ ଏକ ଟିମ୍ ପରିଚାଳନା କରିବେ । ଏଥିରେ ସିବିଏସଇ ସହ ସମ୍ବନ୍ଧିତ ସରକାରୀ ଓ ଘରୋଇ ସ୍କୁଲର ଅଧ୍ୟକ୍ଷ, ଟ୍ରେଣ୍ଡ କାଉନସେଲର, ଶିକ୍ଷକ ଓ ମନୋବୈଜ୍ଞାନିକ ସାମିଲ ହେବେ । ଏମାନଙ୍କୁ ମଧ୍ୟରୁ ୫୨ ଜଣ ଭାରତରୁ ରହିବେ ଓ ୧୩ ଜଣ କାଉନସେଲର ଆନ୍ତର୍ଜାତୀୟ ସ୍ତରରୁ ସାମିଲ ହେବେ ।

Get real time updates directly on you device, subscribe now.