fbpx

ଏଣିକି No Tension, ଝିଅ ବାହାଘର ପାଇଁ ମିଳିବ ଆଥିର୍କ ସହାୟତା, ଜାଣନ୍ତୁ କେଉଁଠି ?

ବୋକାରୋ: ସାଧାରଣତଃ ଝିଅ ବାହାଘର ପାଇଁ ଅର୍ଥ ଯୋଗାଡ଼ କରିବାରେ ପରିବାର ଲୋକଙ୍କ ଅଣ୍ଟା ଭାଙ୍ଗିଯାଏ । ସମୟକ୍ରମେ ଝିଅ ବାହାଘର ଯେନ୍ତେନ୍ ପ୍ରକାର ହେଲେ ମଧ୍ୟ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ଜୀବନ ଦୁର୍ବିସହ କରିଦିଅନ୍ତି । ଫଳରେ ଅନେକ ବଧୂ ହତ୍ୟା ପରି ଘଟଣା ସାମ୍ନାକୁ ଆସିଥାଏ । ଏହି ପରିପ୍ରେକ୍ଷୀରେ ଝାଡ଼ଖଣ୍ଡ ସରକାରଙ୍କ ‘କନ୍ୟାଦନ ଯୋଜନା’ ଏକ କଲ୍ୟାଣକାରୀ ଯୋଜନା ଅଟେ । ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ଦାରିଦ୍ର ସୀମାରେଖା ତଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ପରିବାର ପାଇଁ ଏକ ବରଦାନ ସଦୃଶ । ‘କନ୍ୟାଦନ ଯୋଜନା’ର ଉଦ୍ଦେଶ୍ୟ ଏଭଳି ପରିବାରଙ୍କ ପାଇଁ ବିବାହ ଖର୍ଚ୍ଚକୁ ହ୍ରାସ କରିବା ଯଦ୍ୱାରା ସମାଜରେ ଲିଙ୍ଗଗତ ସମାନତା ବଜାୟ ରହିପାରିବ ।
ଝାଡ଼ଖଣ୍ଡ ସରକାରଙ୍କ ‘କନ୍ୟାଦନ ଯୋଜନା’ ଅନ୍ତର୍ଗତ ସେଇ ପରିବାର ସାମିଲ ହେବେ ଯେଉଁମାନଙ୍କର ବାର୍ଷିକ ଆୟ ୭୨ ହଜାର ଟଙ୍କା ବା ତା ଠାରୁ କମ୍ ଅଟେ । ଏହି ଯୋଜନା ଅନ୍ତର୍ଗତ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଜାଣନ୍ତୁ କିପରି ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବଶ୍ୟକ ହେଉଥିବା ସାର୍ଟିଫିକେଟ୍ ଗୁଡ଼ିକ ହେଲା:

୧. ପରିବାର ଜଣଙ୍କ ଅନ୍ତୋଦୟ ରାଶନ କାର୍ଡ଼ଧାରୀ ହୋଇଥିବେ / କନ୍ୟାର ନାମ, କନ୍ୟାର ମାତାଙ୍କ ନାମ/ ପିତାଙ୍କ ନାମ ରାଜ୍ୟର Socio Economic Caste Census-2011(ଗ୍ରାମୀଣ) ସୂଚୀରେ ଉପଲବ୍ଧ ଥିବ

୨. ବିବାହ ପଞ୍ଜିକରଣ ପ୍ରମାଣ ପତ୍ର ଉପଲବ୍ଧ ଥିବା ଆବଶ୍ୟକ

୩. କନ୍ୟାର ଆଧାର କାର୍ଡ଼

୪. ପୁନର୍ବିବାହ ଗ୍ରହଣୀୟ ନୁହେଁ କିନ୍ତୁ ବିଧବା ବିବାହ ପାଇଁ ଅନୁମତି ରହିଛି

୫. ବିବାହର ଏକ ବର୍ଷ ମଧ୍ୟରେ ଆବେଦନ କରିବା ବାଧ୍ୟତାମୂଳକ

‘କନ୍ୟାଦନ ଯୋଜନା’ଅନ୍ତର୍ଗତ ଆବେଦନ କରିବାର ପ୍ରକ୍ରିୟା

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ କେନ୍ଦ୍ରରେ ଆବେଦନକାରୀମାନେ ଫର୍ମ ପୂରଣ କରିପାରିବେ । ଏହା ସହ ଉପରୋକ୍ତ ଡ଼କ୍ୟୁମେଣ୍ଟ ସହ ଯୌତୁକ ପ୍ରଦାନ ନକରିବାର ପ୍ରମାଣ ପତ୍ର, ପୂର୍ବ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଏବଂ ବ୍ୟାଙ୍କ ପାସବୁକ୍ ଇତ୍ୟାଦି ଗୁଡ଼ିକର self attested ଫୋଟୋକପି ଜମା କରିବାକୁ ପଡ଼ିବ । ଏହା ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ସମସ୍ତ ଡକ୍ୟୁମେଣ୍ଟ ଗୁଡ଼ିକ ଯାଞ୍ଚ ହେବା ପରେ ଜିଲ୍ଲା ସମାଜ କଲ୍ୟାଣ ପଦାଧିକାରୀଙ୍କୁ ପ୍ରଦାନ କରାଯିବ । ପରେ ଜିଲ୍ଲା ସମାଜ କଲ୍ୟାଣ ପଦାଧିକାରୀଙ୍କ ସ୍ୱିକୃତି ପରେ APBS/NEFT/RTGS/PFMS ଜରିଆରେ କନ୍ୟାର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ ।

Get real time updates directly on you device, subscribe now.