କଟକ,୨୮ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ପରେ କଟକ ଓ ପୁରୀରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଲାଗିଲା କଟକଣା । କଟକ ମହାନଗର ନିଗମ ବା ସିଏମସି ପକ୍ଷରୁ ଜିରୋ ନାଇଟକୁ ନେଇ କଟକଣା ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ହୋଟେଲ, ମଣ୍ଡପ,କ୍ଲବରେ ଭିଡ ଜମାଇବା ଉପରେ କଟକଣା ଲାଗିଛି । ନିଜ ନିଜ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ପୁରୀରେ ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ କଟକଣା ଲାଗିଛି । ହୋଟେଲଗୁଡିକ ନିଜ ଇନହାଉସରେ ସେଲିବ୍ରେସନ କରିପାରିବେ, ମାତ୍ର ଖୋଲା ଅଞ୍ଚଳରେ କରିପାରିବେ ନାହିଁ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି ।