fbpx
BSKY
BJD YOUTH SKY
BJD MS SKY

ଜୁନ୍ ୧୦ ଯାଏଁ ତ୍ରାହି ନାହିଁ: ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା, ଉପକୂଳରେ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର: ଲୁଚିଗଲା ମୌସୁମି । ମୌସୁମିର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି । ଯାହା ଗତ ୫ ଦିନ ହେଲା ହଲିବାର ନାଁ ନେଉ ନାହିଁ । ଅର୍ଥାତ୍ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ବଢୁନି । ପାଣୀପାଗ ବିଭାଗ ପୁର୍ବାନୁମାନ କରୁଛି ଯେ, ଆଗକୁ ଏଭଳି ସ୍ଥିତିରୁ ଜୁନ୍ ୧୦ ଯାଏଁ ତ୍ରାହି ନାହିଁ । ରାଜ୍ୟରେ ପ୍ରାକ୍ ମୌସୁମି ବର୍ଷା ନାହିଁତ । ତେବେ ଆଗାମୀ ୨ରୁ ୩ ଦିନରେ ସ୍ଥିତି ସାମାନ୍ୟ ପରିବର୍ତ୍ତନ ଆସିପାରେ । ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପକୂଳଠୁ ପଶ୍ଚିମ ଓଡ଼ିଶା ସବୁଠି ତାତିର ରାଜୁତି । ପଶ୍ଚିମ
ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବାବେଳେ ଉପକୂଳରେ ଅନୁଭୂତ ହେଉଛି ଅସହ୍ୟ ଗୁଳୁଗୁଳି ।

ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି । ବୁଧବାର ୪୨ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଛି । ସେହିପରି ୪ ସହରର ତାପମାତ୍ରା ୪୩ ଡିଗ୍ରୀ ଉପକୂଳରେ ଅସହ୍ୟ ଗୁଳୁଗୁଳି
୪୨ ଡିଗ୍ରୀ ଉପରେ ୯ ସହର ୪୪ ଡିଗ୍ରୀ ସହ ନୂଆପଡ଼ା ସବୁଠୁ ଉତ୍ତପ୍ତ ଉପରେ ଥିବା ସୂଚନା ଦିଆଯାଇଛି । ୪୪ ଡିଗ୍ରୀ ତାପମାତ୍ରା ସହ ନୂଆପଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ସେହିପରି ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୩.୪ ଡିଗ୍ରୀ ରହିଥିବାବେଳେ
ତାଳଚେରରେ ୪୩.୨ ଓ ଅନୁଗୋଳରେ ୪୩.୧ ଡିଗ୍ରୀ ରହିଛି ।

ସେହିପରି ସମ୍ବଲପୁରର ତାପମାତ୍ରା ୪୨.୯ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ୪୨.୮, ସୋନପୁରରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨.୩, ବଲାଙ୍ଗୀରରେ ୪୧.୭, କଟକରେ ୪୧.୬, ଚାନ୍ଦବାଲିରେ ୪୧.୬, ବରଗଡ଼ରେ ୪୧.୫, ସୁନ୍ଦରଗଡ଼ରେ ୪୧.୪, ଟିଟିଲାଗଡ଼ରେ ୪୧.୨, ବୌଦ୍ଧ ଓ କେନ୍ଦ୍ରାପଡ଼ାରେ ୪୧, ହୀରାକୁଦରେ. ୪୦.୯, ବାରିପଦା ଓ ଭବାନୀପାଟଣାରେ ୪୦.୬, ଖୋର୍ଦ୍ଧା ଓ ଯାଜପୁରରେ ୪୦.୫, ଜଗତସିଂହପୁର ଓ ନୟାଗଡ଼ରେ ୪୦.୨ ଏବଂ କେନ୍ଦୁଝରରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆହୁରି ତିନିଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.