fbpx

୨୭ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ନୀତି ଆୟୋଗ ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାନେଇ ଦାବି ଦୋହରାଇବେ ବୋଲି ସୂଚନା ମିଳିଛି । ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ସହ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ଦାବି ରଖିବେ । ଏହାସହ ଟେଲି କମ୍ୟୁନିକେସନ ବ୍ୟବସ୍ଥା ନେଇ ମଧ୍ୟ ଦାବି ରଖିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏହି ସବୁ ଦାବି ନୀତି ଆୟୋଗ ବୈଠକରେ ରଖିବା ସହ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.