fbpx

ମେଡିସିନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ୨ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ମେଡିସନରେ ନୋବେଲ ପୁରସ୍କାର ମିଳିବ । ମାଇକ୍ରୋ ରିବୋନ୍ୟୁକ୍ଲିକ ଏସିଡ (ଆରଏନଏ) ଆବିଷ୍କାର ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । ୨୦୨୪ ବର୍ଷ ପାଇଁ ମେଡିସିନରେ ନୋବେଲ ପୁରସ୍କାର ପାଇଁ ଏହି ଦୁଇ ବୈଜ୍ଞାନିକଙ୍କ ନାମ ଯୁଗ୍ମ ଭାବେ ଘୋଷଣା କରାଯାଇଛି । କାରୋଲିନସ୍କା ଇନଷ୍ଟିଚ୍ୟୁଟ ସ୍ଥିତ ନୋବେଲ ଆକାଡେମୀ ତରଫରୁ ଏହି ଘୋଷଣା କରାଯାଇଛି ।

ମେଡିସିନରେ ନୋବେଲ ବିଜେତାଙ୍କୁ ସ୍ୱିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟ ମେଡିକାଲ ୟୁନିଭରସିଟିର ନୋବେଲ ଆସେମ୍ବ୍ଲି ତରଫରୁ ଚୟନ କରାଯାଇଛି । ବିଜେତାଙ୍କୁ ଏଥିପାଇଁ ପୁରସ୍କାର ଆକାରରେ ୧୧ ମିଲିୟନ ସ୍ୱେଡିଶ କ୍ରାଉନ୍ସ ବା ୧.୧ ମିଲିୟନ ଡଲାର ରାଶି ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ସ୍ୱେଡିଶ ଡାନାମାଇଟ ଉଦ୍ଭାବକ ଓ ବିଜିନେସ ମ୍ୟାନ ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ଏହି ପୁରସ୍କାରର ନାମକରଣ କରାଯାଇଛି । ୧୯୦୧ ମସିହାଠାରୁ ବିଜ୍ଞାନ, ସାହିତ୍ୟ ଓ ଶାନ୍ତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଉଥିଲା । ପରବର୍ତ୍ତୀ ସମୟରେ ସେଥିରେ ଅର୍ଥନୀତିକୁ ଯୋଗ କରାଯାଇଥିଲା ।

Get real time updates directly on you device, subscribe now.