fbpx

(Video) କ୍ଲାସରୁମରେ ଅଶ୍ଳୀଳତାର ସୀମା ପାରିକଲେ ଛାତ୍ରଛାତ୍ରୀ, ଚିନ୍ତାରେ ଅଭିଭାବକ, ଭିଡିଓ ଭାଇରାଲ

ନୋଏଡା : ବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଶିକ୍ଷାର ମନ୍ଦିର କୁହାଯାଏ କିନ୍ତୁ ଆଜିକଲି ଏଠାରେ ଏପରି ଘଟଣା ଘଟୁଛି ଯାହା ଆପଣଙ୍କୁ ଲଜ୍ଜିତ କରିବ। ନୋଏଡା ସ୍ଥିତ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚୁମ୍ବନ କରିବାର ଏପରି ଏକ ଭିଡିଓ ଭାଇରାଲ ହେଉଛି। ଛାତ୍ରଛାତ୍ରୀ ଶ୍ରେଣୀରେ ବସି ପରସ୍ପରକୁ ଚୁମ୍ବନ କରୁଛନ୍ତି।

ନୋଏଡାର ସ୍କୁଲ ଏବଂ କଲେଜଗୁଡ଼ିକରେ ପରିବେଶ ଖରାପ ହେବାରେ ଲାଗିଛି। ଏଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ଶ୍ରେଣୀରେ ଏପରି କାର୍ଯ୍ୟ କରୁଛନ୍ତି ଯାହା ଦେଖିବା ପରେ ଆପଣ ଲଜ୍ଜିତ ହେବେ। ଏଠାରେ ଥିବା ବିଦ୍ୟାଳୟରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀରେ ଅଛନ୍ତି ଏବଂ ଦୁଇ ଛାତ୍ରଛାତ୍ରୀ ପରସ୍ପରକୁ ଚୁମ୍ବନ କରୁଛନ୍ତି। ପାଖରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ବସିଥିବାର ସେମାନେ ଧ୍ୟାନ ଦେଉନାହାନ୍ତି। ସେମାନେ ପଢିବାକୁ ଆସିଥିବା ଶିକ୍ଷା ମନ୍ଦିରରେ ଏଭଳି ଅଶ୍ଳୀଳ କାର୍ଯ୍ୟ କରୁଛନ୍ତି।

ନୋଏଡା ୟୁନିଭର୍ସିଟୀର ପରିବେଶ ମଧ୍ୟ ଏପରି ହୋଇଛି। ଏଠାରେ କଲେଜ କ୍ୟାମ୍ପସରେ ହିଁ ଛାତ୍ରଛାତ୍ରୀ ପ୍ରେମ କରିବାକୁ ଲାଗିଲେଣି। କଲେଜ କ୍ୟାମ୍ପସରେ ପ୍ରେମୀ ଯୁଗଳଙ୍କ କିସ କରୁଥିବା ଭିଡିଓ ବାନଇରାଲ ହେଉଛି। ଏଠାରେ କଲେଜ କ୍ୟାମ୍ପସରେ ପ୍ରେମୀ ଯୁଗଳଙ୍କ କିସ କରୁଥିବା ଭିଡିଓ ଭାଇରାଲ ହେଉଛି। କଲେଜରେ ଏପରି ଘଟୁଛି କିନ୍ତୁ ଶିକ୍ଷକମାନେ ଏବଂ କଲେଜ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏଭଳି ଭାଇରାଲ ଭିଡିଓ ନିଶ୍ଚିତ ଭାବେ ଅଭିଭାବକଙ୍କ ଚିନ୍ତା ବଢାଉଛି। ଏଥିପାଇଁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

Get real time updates directly on you device, subscribe now.