ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ ଯୁବକ

ରୋମାନିଆ ନାଗରିକ ଲିଙ୍ଗରାଜ ମନ୍ଦିରରେ କରୁଥିଲେ କ'ଣ?

ଭୁବନେଶ୍ୱର:  ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ। ମନ୍ଦିରକୁ ପଶିଗଲେ ଅଣହିନ୍ଦୁ। ଆଜି ପ୍ରାୟ ଦିନ ସାଢ଼େ ୧୨ଟା ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରକୁ ପଶିଯାଇଥିଲେ ଜଣେ ଅଣହିନ୍ଦୁ ଯୁବକ।

ଯୁବକ ଜଣକ ଜଣେ ଅଣହିନ୍ଦୁ ବୋଲି ଜାଣିବାକୁ ପାଇଥିଲେ ମନ୍ଦିରର କର୍ମଚାରୀ ଓ ପୋଲିସ। ପରେ ମନ୍ଦିରର ସୁପରଭାଇଜରଙ୍କୁ ସୂଚନା ଦିଆଯାଇଥିଲା। ଯୁବକ ଜଣଙ୍କୁ ଅଟକ ରଖି ପାଖାପାଖି ଏକ ଘଣ୍ଟା କାଳ ପଚରାଉଚରା କରିଥିଲେ ପୋଲିସ। ପରେ ଯୁବକ ଜଣଙ୍କୁ ଛାଡ଼ିଦେଇଥିଲେ।

ପୋଲିସର ସୂଚନାରୁ ଜଣାପଡିଛି କି, ଯୁବକ ଜଣକ ଜଣେ ରୋମାନିଆ ନାଗରିକ ଥିଲେ। ଯେହେତୁ ସେ ଜଣେ ଅଣହିନ୍ଦୁ ଏବଂ ଅଣହିନ୍ଦୁଙ୍କୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ ଅଛି, ତେଣୁ ବଡ଼ ଧୋକାଳ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ଚୂନ ପକାଇ ଲିଙ୍ଗରାଜ ମନ୍ଦିରର ଶୋଧନ କରାଯାଇଥିଲା।