fbpx

UNSCରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ନର୍ଡିକ ଦେଶର ସମର୍ଥନ, ଚୀନ ସାଜିଛି ବଡ ବାଧକ

ନୂଆଦିଲ୍ଲୀ : ନର୍ଡିକ ଦେଶ ପୁଣି ଥରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଦେବେ ବୋଲି କହିଛନ୍ତି। ପୂର୍ବରୁ ନରଓ୍ଵେ ଏବଂ ଫିନଲାଣ୍ଡ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରି ଆସିଛନ୍ତି। ଡେନମାର୍କ, ଆଇଲାଣ୍ଡ ଏବଂ ସ୍ଵିଡେନ ପରି ନର୍ଡିକ ଦେଶ ମଧ୍ୟ ନିୟମ ଅନୁସାରେ ଅନ୍ତର୍ଜାତୀୟ ବ୍ୟବସ୍ଥା ସ୍ଵରୂପ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି।

ନର୍ଡିକ ଦେଶ ବୈଶ୍ଵିକ ସମସ୍ୟାର ପ୍ରଭାବୀ ଢଙ୍ଗରେ ସମାଧାନ ହେତୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଅଧିକ ସମାବେଶୀ, ପାରଦର୍ଶୀ ଏବଂ ଉତ୍ତରଦାୟୀ କରିବା ପାଇଁ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି, ସୁରକ୍ଷା ପରିଷଦ ସହିତ ମିଳିତ ଜାତିସଂଘର ସୁଧାର ପାଇଁ କାମ କରାଯିବାର ଆବଶ୍ୟକାତ ରହିଛି। ଏହାକୁ ଅଧିକ ପ୍ରଭାବଶାଳୀ, ପାରଦର୍ଶୀ ଏବଂ ଉତ୍ତରଦାୟୀ କରାଯାଇ ପାରିବ।

ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ପାଇଁ ଏକ ଦଶନ୍ଧିରୁ ଅଧିକ ସମୟ ହେବ ଉଦ୍ୟମ ଚଳାଇଛି। ମାତ୍ର ଚୀନ ସବୁଠୁ ବଡ ବାଧକ ସାଜିଛି। ଏବେ ନର୍ଡିକ ଦେଶ ସମୂହର ସମର୍ଥନରେ ଭାରତର ଆଶାକୁ ବଳ ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ୟୁଏନଏସସିକୁ ନେଇ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡେନମାର୍କ ଯାତ୍ରା ସବୁଠୁ ବଡ ଉପଲବ୍ଧି ମଧ୍ୟରୁ ଗୋଟିଏ।

ପ୍ରଧାନମନ୍ତ୍ରୀ ଭାରତ-ନର୍ଡିକ ଶିଖର ସମ୍ମିଳନୀ ପୂର୍ବରୁ ନରଓ୍ଵେ, ଫିନଲାଣ୍ଡ, ସ୍ଵିଡେନ, ଡେନମାର୍କ ଏବଂ ଆଇସଲାଣ୍ଡର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ସାକ୍ଷାତ କରିଛନ୍ିତ। ଏହି ସବୁ ଦେଶ ୟୁଏନଏସସିରେ ଭାରତର ସଦସ୍ୟତାକୁ ସମର୍ଥନ କରିଛନ୍ତି।

 

 

Get real time updates directly on you device, subscribe now.