fbpx
BSKY
BJD MS SKY
BJD YOUTH SKY

ପୁଣି ଉତ୍ତର କୋରିଆରେ ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ

ଓଡ଼ିଶା ଭାସ୍କର: ପୁଣି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ କରିଲା ଉତ୍ତର କୋରିଆ । ଏହା ଏକ ହାଇପରସୋନିକ ପରୀକ୍ଷଣ ଯାହା ଏକ ଗ୍ଦକ୍ଟକ୍ଷସୟ ଲଙ୍କରକ୍ଷ ଙ୍ଗରବକ୍ଟ୍ରକ୍ଟଦ୍ଭ ଅଟେ । ଏହି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ ଜାପାନ, ଆମେରିକା ଏବଂ ଦକ୍ଷିଣ କୋରିଆକୁ ଚକିତ କରିଛି । ନିରନ୍ତର କ୍ଷେପଣାସ୍ତ୍ର ପରୀକ୍ଷଣ କରି ଉତ୍ତର କୋରିଆ ଅଂଚଳରେ ନିଜ ଦବଦବା ବଜାୟ ରଖିବାକୁ ଚାହୁଁଛି । ଏହା ୨୦୨୪ର ପ୍ରଥମ ବାଲାଷ୍ଟିକ୍ ମିସାଇଲ ଟେଷ୍ଟ ଅଟେ ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କୁ ନିରନ୍ତର କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ପଡ଼ୋଶୀ ଦେଶ ଦକ୍ଷିଣ କୋରିଆ ସମେତ ଜାପାନ ଏବଂ ଆମେରିକା ଚିନ୍ତିତ ଅଛନ୍ତି । ସୋମବାର ଉତ୍ତର କୋରିଆ କହିଛି ଯେ ଏହା ଏକ ହାଇପରସୋନିକ୍ ୱାର୍ ହେଡ଼୍ ଯୁକ୍ତ solid fuel weapon ଅଟେ ଯାହାକୁ ନୂତନ ଭାବେ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ସୁଦୂର ଆମେରିକାର ଲକ୍ଷ୍ୟ ଭେଦ କରିବା ପାଇଁ ସକ୍ଷମ ଅଟେ । । ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ମାଧ୍ୟମରେ ଉତ୍ତର କୋରିଆ ଆମେରିକାକୁ ନିଜ ପାରିବା ପଣିଆ ପ୍ରଦର୍ଶନ କରୁଛି । ମଧ୍ୟମ ରେଞ୍ଜ କ୍ଷେପଣାସ୍ତ୍ରର ଇଞ୍ଜିନ ଗୁଡ଼ିକର ସଫଳ ପରୀକ୍ଷଣର ୨ ମାସ ପରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି ।

Get real time updates directly on you device, subscribe now.