fbpx

ପୁଣି ଚର୍ଚ୍ଚାରେ ନାଷ୍ଟ୍ରୋଡମାସ୍ ଙ୍କ ଭବିଷ୍ୟବାଣୀ;୩ଦିନ ଅନ୍ଧକାରମୟ ହୋଇଯିବ ପୃଥିବୀ!

ନୂଆଦିଲ୍ଲୀ: ଫ୍ରାନ୍ସରେ ଜନ୍ମିତ ନାଷ୍ଟ୍ରୋଡମାସ୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ୧୨ ସେଞ୍ଚୁରିଜ୍ ଅର୍ଥାତ ୧୨୦୦ ଚତୁଷ୍ପଦୀ ଲେଖି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି । ୟୁରୋପିଆନ୍ ମିଡିଆ ରିପୋର୍ଟସ୍ ମୁତାବକ ତାଙ୍କର ୧୨୦୦ ଚତୁଷ୍ପଦୀ ମଧ୍ୟରେ ସେ ୩୦୦୦ ଭବିଷ୍ୟବାଣୀ ଲେଖିଛନ୍ତି । ଗତ ୫୦ ବର୍ଷର ଇତିହାସ ଓ ପରିସଂଖ୍ୟାନ ତାଙ୍କର ଭବିଷ୍ୟବାଣୀର ପ୍ରମାଣ ଦେଉଛି କି ତାଙ୍କର ପାଖାପାଖି ୮୦୦ ଭବିଷ୍ୟବାଣୀ ସଂପୂର୍ଣ୍ଣ କିମ୍ବା ଆଂଶିକ ଭାବେ ସତ ସାବ୍ୟସ୍ତ ହୋଇଛି । ନାଷ୍ଟ୍ରୋଡମାସ୍ କରିଥିବା ଭବିଷ୍ୟବାଣୀ ୩୯୯୭ ମସିହା ପର୍ଯ୍ୟନ୍ତ ଉଲ୍ଲିଖିତ ରହିଛି । ସେ କରିଥିବା ଭବିଷ୍ୟବାଣୀରେ ୨୦୨୨ ମସିହାରେ ବିଶ୍ୱର ପରମାଣୁ ବୋମା ବିସ୍ଫୋରଣ ହେବ ବୋଲି ସୂଚେଇ ଦେଇଛନ୍ତି।ଫଳରେ ପୃଥିବୀର ଭୌଗୋଳିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଜଳବାୟୁରେ ବଡ଼ ଧରଣର ପରିବର୍ତ୍ତନ ଆସିବ ।

ବର୍ତ୍ତମାନ ବିଶ୍ୱରେ ଯେଭଳି ପରିସ୍ଥିତି ଦେଖାଦେଇଛି ସେଥିରେ ତାଇୱାନ ଓ ଚୀନ୍କୁ ନେଇ ବଢ଼ୁଥିବା ଟେନସନ୍ ଓ ଋଷ-ୟୁକ୍ରେନ୍ ଯୁଦ୍ଧ ସୂଚାଇ ଦେଉଛି କି ତାଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି । ନାଷ୍ଟ୍ରୋଡମାସ୍ ଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୨ ଶେଷ ହେଉ ହେଉ ବିଶ୍ୱରେ ଭୟଙ୍କର ଯୁଦ୍ଧ ସ୍ଥିତି ଉପୁଜିବ । ତା’ପରେ ଶାନ୍ତି ଫେରିବ । ଏହି ଅବସରରେ ୩ଦିନ ପାଇଁ ସାରା ବିଶ୍ୱ ଅନ୍ଧକାରମୟ ହୋଇଯିବ।

ସେହିପରି ୨୦୨୨ରେ ବିଶ୍ୱରେ ଆର୍ଥିକ ପରିସ୍ଥିତି ଉକ୍ରଟ ରୂପ ଧାରଣ କରିବ । ଆମେରିକୀୟ ଡଲାର ବହୁ ତଳକୁ ଖସିଯିବ । ଲୋକେ ସୁନା, ରୂପା ଓ ନୂତନ ମୁଦ୍ରାରେ ନିଜର ଅର୍ଥ ନିବେଶ କରିବେ । ବିଟକଏନରେ ଲୋକେ ନିବେଶ କରିବା ଏହାର ସଦ୍ୟତମ ପ୍ରମାଣ । ସେହିପରି ବ୍ରହ୍ମାଣ୍ଡରୁ ଖସୁଥିବା କ୍ଷୁଦ୍ରଗ୍ରହ ପୃଥିବୀ ଉପରେ ପଡ଼ିବ । ପାହାଡ଼ ଭଳି ବଡ଼ ବଡ଼ ପଥରଖଣ୍ଡ ସମୁଦ୍ରମଧ୍ୟକୁ ଖସିବ । ଯଦ୍ୱାରା କିଛି ଅଞ୍ଚଳରେ ଅଚାନକ ସମୁଦ୍ର ପାଣି ମାଡ଼ିଆସିବ ଅଥବା କିଛି ଅଞ୍ଚଳ ଅଚାନକ ଅଗ୍ନିବଳୟ ମଧ୍ୟକୁ ଚାଲିଯିବ । ନାଷ୍ଟ୍ରୋଡମାସ୍ଏଭଳି କିଛି ଭବିଷ୍ୟବାଣୀ ବର୍ଷ ଶେଷ ହେବା ବେଳକୁ ଅଧିକ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.