କୋଲକାତା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼, “ଅଭିଯୁକ୍ତଙ୍କ ଦେହରେ ନଖର କ୍ଷତ ଚିହ୍ନ ନୁହଁ ବରଂ ଅଛି ଲଭ୍ ବାଇଟ୍”
କୋଲକାତା ଲ' କଲେଜ ଛାତ୍ରୀଙ୍କୁ ହୋଇନି ରେପ୍!
କୋଲକାତା: କୋଲକାତାର ଲ’ କଲେଜରେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଏକ ନୂଆ ମୋଡ଼ ନେଇଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ଓକିଲ ରାଜୁ ଗାଙ୍ଗୁଲି ଏକ ଅଜବ ଦାବି କରିଛନ୍ତି।
ଓକିଲ ଦାବି କରିଛନ୍ତି ଯେ ଡାକ୍ତରୀ ପରୀକ୍ଷାରେ ‘ନଖରୁ କ୍ଷତ’ ଭାବରେ ଯେଉଁ ଚିହ୍ନ ବର୍ଣ୍ଣନା କରାଯାଉଛି ତାହା ପ୍ରକୃତରେ ‘ଲଭ୍ ବାଇଟ୍’। ଅର୍ଥାତ୍ ଯେଉଁ କ୍ଷତକୁ ନିସାନା କରି ମନୋଜିତଙ୍କୁ ଦୋସି ସଜାଯାଇଛି। ପ୍ରକୃତରେ ଏହା ଲଭ୍ ବାଇଟ୍। ଏବଂ ତେଣୁ ମୁଁ ଭାବୁଛି ରେପ୍ ହୋଇନାହିଁ!
ଓକିଲଙ୍କ ଅଜବ ଦାବି: ଓକିଲ ରାଜୁ ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି, ମୁଁ ମନୋଜିତଙ୍କୁ ପଚାରିଲି ଯେ ତାଙ୍କ ବିରୁଦ୍ଧରେ ଏତେ ଗମ୍ଭୀର ଅଭିଯୋଗ କିପରି ଲଗାଗଲା?
ସେ କହିଲେ ଯେ ତାଙ୍କୁ ଖଳନାୟକ ସଜାଯାଇଛି। ମୁଁ ତାଙ୍କୁ କହିଲି ଯେ ତୁମ ଶରୀରରେ ନଖରୁ ଅନେକ ଆଘାତ ଚିହ୍ନ ଅଛି। ମନୋଜିତ ସଙ୍ଗେ ସଙ୍ଗେ ତାଙ୍କ ସାର୍ଟ ଖୋଲି ଦେଲେ। ହେଲେ ତାଙ୍କ ଦେହରେ ଗୋଟେ ହେଲେ ବି ନଖରେ ରାମ୍ପୁଡ଼ା ଦାଗ ନଥିଲା।
ବରଂ ମୁଁ ତାଙ୍କ ବେକରେ ଏକ ଚିହ୍ନ ଦେଖିଲି। ଯାହାକୁ ଦେଖି ମନୋଜିତଙ୍କୁ ପଚାରିଲି ଏ ଚିହ୍ନ କିପରି ହୋଇଛି। ସେହି ସମୟରେ ପୋଲିସ ତାଙ୍କୁ ନେଇଗଲା।
ସ୍କ୍ରାଚ୍ ଚିହ୍ନ କେଉଁଠାରୁ ଆସିଲା: ପୋଲିସ ଡାକ୍ତରୀ ପରୀକ୍ଷା ପରେ ଏହି ଦାବି କରିଛି, ଯେଉଁଥିରେ ମନୋଜିତଙ୍କ ଶରୀରରେ ସ୍କ୍ରାଚ୍ ଚିହ୍ନ ମିଳିଥିଲା। କୁହାଯାଇଥିଲା ଯେ ଯେତେବେଳେ ମନୋଜିତ୍ ଛାତ୍ରୀଙ୍କ ସହ ନିର୍ମମ ବ୍ୟବହାର କରୁଥିଲେ, ସେତେବେଳେ ଝିଅଟି ତାଙ୍କୁ ଅଟକେଇବା ପାଇଁ ଅନେକ ଚେଷ୍ଟା କରିଥିଲେ।
ଆଉ ଏହାରି ଭିତରେ ଦୁଇ ଜଣଙ୍କ ମଧ୍ୟରେ ହାତାପାଇ ମଧ୍ୟ ହେଲା। ଯେଉଁଥିରେ ଝିଅଟି ଜୀବନ ବିକଳରେ ମନୋଜିତଙ୍କୁ ନଖରେ ରାମ୍ପୁଡ଼ି ଦେଇଥିଲେ।
‘ହୁଏତ ବଳାତ୍କାର ହୋଇନାହିଁ’: ଓକିଲ ଏପରି ମଧ୍ୟ କହିଥିଲେ ଯେ ଏହା ମନେ ହେଉଛି ଯେ ଏହି ମାମଲା ବଳାତ୍କାରର ନୁହେଁ। ସେ କହିଥିଲେ, ମୁଁ ଭାବୁଛି ଏହା ବଳାତ୍କାରର ମାମଲା ନୁହେଁ। ମୁଁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ନାହିଁ। ହେଲେ ମୁଁ ଜୁଲାଇ 20 ସୁଦ୍ଧା କହିପାରିବି ଯେ ଏହା ବଳାତ୍କାର କି ନୁହେଁ..
ତେବେ ଏହି ଘଟଣାରେ ଜଡିତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଏହାର ତଦନ୍ତ କରୁଛି। ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି।
ହେଲେ ମନୋଜିତଙ୍କ ଓକିଲଙ୍କ ଏପରି ଦାବି ପୁରା ମାମଲାକୁ ନୂଆ ଦିଗକୁ ନେଇଛି। କିନ୍ତୁ ଏପର୍ଯ୍ୟନ୍ତ ତଦନ୍ତର ଅଗ୍ରଗତି ନିମନ୍ତେ ପୋଲିସ କୌଣସି ବିବୃତ୍ତି ଦେଇନାହିଁ। ପୀଡିତାଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟକୁ ବର୍ତ୍ତମାନ ଆଧାର କରି ତଦନ୍ତ ଆଗକୁ ବଢୁଛି।