fbpx

କେନ୍ଦୁଝର ଜିଲ୍ଲାପାଳଙ୍କୁ ପୁଣି ନୋଟିସ: ପ୍ରତିନିଧି ନୁହେଁ ନିଜେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ କମିଶନ

ଜାତୀୟ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କୁ ପୁଣି ଥରେ ସମନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମେ’ ୯ ତାରିଖ ଦିନ ୧୧ ଟାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । କେହି ପ୍ରତିନିଧି ନୁହେଁ ବରଂ ବ୍ୟକ୍ତଗତ ଭାବରେ ହଜାର ହେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଉପଯୁକ୍ତ କାରଣ ବିନା ଅନୁପସ୍ଥିତ ରହିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି କମିଶନ ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୨ ତାରିଖରେ ଜାତୀୟ ଜନଜାତି ମିଶନ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । କମିଶନଙ୍କ ନିକଟରେ ହାଜର ହେବା ପାଇଁ ବାରମ୍ବାର ନୋଟିସ ହେଉଥିଲେବି ଜିଲ୍ଲାପାଳ ହାଜର ହେଉନଥିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ଏବଂ ଜିଲ୍ଲାପାଳଙ୍କୁ ହାଜର କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ଆଉ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଜିଲ୍ଲାପାଳ ।

ହାଇକୋର୍ଟ ଏହି ପ୍ରସଙ୍ଗରେ ରହିତାଦେଶ ଦେଇଥିଲେ ଏବଂ ଜିଲ୍ଲାପାଳ ପ୍ରତିନଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇପାରିବେ ବୋଲି କହିଥିଲେ ହାଇକୋର୍ଟ । ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୬ ରେ ହେବା ନେଇ କହିଥିଲେ ହାଇକୋର୍ଟ ।

Get real time updates directly on you device, subscribe now.