fbpx
BJD SKY
BJD SKY

କନିଷ୍ଠ ସହାୟକ ପଦ ଖାଲି: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରିହେଲା ବିଜ୍ଞପ୍ତି

BJD

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଜୁନିୟର ଆସିଷ୍ଟାଣ୍ଟ ବା କନିଷ୍ଠ ସହାୟକ ପଦରେ ଚାକିରି କରିବା ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କନିଷ୍ଠ ସହାୟକ (ଗ୍ରୁପ-ସି) ପଦରେ ପ୍ରାର୍ଥୀଙ୍କୁ ଓଆରଏସପି ରୁଲସ୍, ୨୦୧୭ର ସେଲ-୧ ଅନୁସାରେ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟରରେ ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ହୋଇଥିବା ସହ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଜରୁରୀ । ଏଥିରେ ଆବେଦନ କରିବା ପାଇଁ କୌଣସି ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ ।

ଜୁଲାଇ ମାସ ୨୮ ତାରିଖରୁ ଅଗଷ୍ଟ ମାସ ୨୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଆୟୋଗଙ୍କ ପକ୍ଷରୁ ଲିଖିତ ପରୀକ୍ଷା ଓ ପ୍ରାକ୍ଟିକାଲ ଦକ୍ଷତା ପରୀକ୍ଷାର ଆୟୋଜନ କରାଯିବ । ମୋଟ ୩୩ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୧ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୧୭ଟି ପଦ ୟୁଆରଙ୍କ ପାଇଁ ରହିଥିବା ବେଳେ ମହିଳାଙ୍କ ପାଇଁ ୬ଟି ସଂରକ୍ଷିତ ରହିଛି । ଏସଇବିସିଙ୍କ ପାଇଁ ୪ଟି ପଦ ରହିଥିବା ବେଳେ ମହିଳାଙ୍କ ପାଇଁ ଗୋଟିଏ ପଦ ରହିଛି । ଏସସିଙ୍କ ପାଇଁ ୫ଟି ପଦ ରହିଥିବା ବେଳେ ମହିଳାଙ୍କ ପାଇଁ ୨ଟି ଓ ୭ଟି ପଦ ଏସଟିଙ୍କ ପାଇଁ ରହିଥିବା ବେଳେ ମହିଳାଙ୍କ ପାଇଁ ୨ଟି ରହିଛି ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.