fbpx
BSKY SKY
BSKY SKY

ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର: ପୂରଣ ହେବ ୨୮୯୫ଟି ପଦ, ନିଯୁକ୍ତି ପାଇବେ ଅମିନ, RI, ARI, ସୁପରଭାଇଜର ଓ ସର୍ଭେୟର

BSKY

ନୂଆ ବର୍ଷ ପୂର୍ବରୁ ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ନିକଟରେ କିଛି ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ପୁଣି ୨୮୯୫ଟି ପଦରେ ଭର୍ତ୍ତି ପାଇଁ ଘୋଷଣା କରାଯାଇଛି । ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ଆଦି ପଦରେ ନିଯୁକ୍ତି ଦିଆଯିବ । ଏନେଇ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡିସେମ୍ବର ମାସ ୩୦ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୫ରେ ସମାପ୍ତ ହେବ । ଜାନୁଆରୀ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସବମିସନ କରିପାରିବେ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଆରଆଇ, ଏଆରଆଇ ଓ ଅମିନ ପାଇଁ ସର୍ବନିମ୍ନ ବୟସ ସୀମା ୨୦ ବର୍ଷ ରହିଥିବା ବେଳେ ଆଇସିଡିଏସ ସୁପରଭାଇଜର ଓ ଷ୍ଟାଟିଷ୍ଟିକାଲ ଫିଲ୍ଡ ସୁପରଭାଇଜର ପାଇଁ ୨୧ ବର୍ଷ ରହିଛି । ସମସ୍ତ ପଦ ପାଇଁ ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଆରଆଇ ପାଇଁ ୫୫୯ଟି, ଆଇସିଡିଏସ ସୁପରଭାଇଜର (କେବଳ ମହିଳା) ପାଇଁ ୪୯୮ଟି, ଏଆରଆଇ ପାଇଁ ୮୨୭ଟି, ଅମିନ ପାଇଁ ୬୮୬ଟି ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ପାଇଁ ୩୨୫ଟି ପଦ ଖାଲି ରହିଛି । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ପ୍ରାକ୍ଟିକାଲ ଦକ୍ଷତା ଟେଷ୍ଟ ଏପରି ଭାବେ ୩ଟି ପର୍ଯ୍ୟାୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://www.osssc.gov.in/Public/Pages/Post_detail_information.aspx

ବିଜ୍ଞପ୍ତି ଲିଙ୍କ: https://www.osssc.gov.in/Docs/CRE-ADV-938.PDF

Get real time updates directly on you device, subscribe now.