fbpx

B.ED ସ୍ପଟ୍‍ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର : ବିଇଡି ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍‍ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ୱେଟିଙ୍ଗ ଲିଷ୍ଟ ପ୍ରକାଶ ପାଇବ । ଆଶାୟୀ ଛାତ୍ରଛାତ୍ରୀମାନେ ୭ ତାରିଖରୁ ୯ ତାରିଖ ମଧ୍ୟରେ ରିପୋର୍ଟିଂ କରିବା ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ । ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍‍ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ୧୩ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ନାମଲେଖା ସମ୍ପର୍କରେ ସବିଶେଷ ତଥ୍ୟ www.te.samsodisha.gov.inମାଧ୍ୟମରେ ପାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି।

ଅନ୍ୟପଟେ ଭୁବନେଶ୍ୱର ଆଇଆଇଟିରେ ଚଳିତ ଶିକ୍ଷାବର୍ଷରୁ ୪ ବର୍ଷିଆ ବିଇଡି ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ ତରଫରୁ ୪ ବର୍ଷିଆ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ବିଇଡି ପାଠ୍ୟକ୍ରମକୁ ଭୁବନେଶ୍ୱର ଆଇଆଇଟିରେ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛି । ବିଇଡି ପାଠ୍ୟକ୍ରମରେ ୫୦ଟି ସିଟ୍‍ ରହିଛି । ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ରାଷ୍ଟ୍ରୀୟ ପରୀକ୍ଷା ସଂସ୍ଥା-ଏନ୍‍ଟିଏ ଦ୍ୱାରା କରାଯିବ ।

Get real time updates directly on you device, subscribe now.