ଭୁବନେଶ୍ୱର: +୨ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ଏହି ଇନଷ୍ଟାଣ୍ଟ ପରୀକ୍ଷା କରାଯିବ।
ବିଜ୍ଞପ୍ତି ଅନୁସାରେ, +୨ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ମେ୨୮ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ମେ୨୮ରୁ ଜୁନ୍ ୨ ଯାଏଁ ଅନଲାଇନ୍ ଆବେଦନ କରିପାରିବେ । ଜୁନ ୨ରୁ ୩ ତାରିଖ ମଧ୍ୟରେ ଫି’ ଦାଖଲ କରିବାର ସମୟ ରହିଛି। ଜୁନ୍ ୨୫ ଓ ୨୬ ଦୁଇ ଦିନ ହେବ ପରୀକ୍ଷା।