fbpx

BCCI କଲା ବଡ ଘୋଷଣା: ଗୋଟିଏ ଓଭରରେ ମାତ୍ର ୨ଟି ବାଉନ୍ସର ପକାଇପାରିବେ ବୋଲର

ନୂଆଦିଲ୍ଲୀ: ଆପେକ୍ସ କାଉନ୍ସସିଲର ୧୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ଗୁଡଏ ବଡ ନିଷ୍ପତ୍ତି ନିଆଯାଇଛି । ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ଉଭୟ ଦଳକୁ ସମାନ ପ୍ରାଧାନ୍ୟ ଦେଇ ଏକ ବଡ ନିୟମ ଲାଗୁ କରିଛନ୍ତି । ଏଣିକି ଗୋଟି ଏ ଔଭରରେ ମାତ୍ର ୨ଟି ବାଉନ୍ସର ବଲ ପକାଇପାରିବେ । ସେହିପରି ଏସିଆନ ଗେମ୍ସରେ ପୁରୁଷ ଏବଂ ମହିଳା ଦଳକୁ ଖେଳିବା ପାଇଁ ଅନୁମତି ଦେଇଛି ବିସିସିଆଇ । ଏହାବ୍ୟତୀତ ଆହୁରି ଅନେକ ନିୟମ ମଧ୍ୟ ପରିବର୍ତ୍ତନ କରାଯାଉଛି ।

ଆସନ୍ତା ଟି-୨୦ ଟୁର୍ଣ୍ଣାମେଣ୍ଟ ଶୟଦ ମୁସ୍ତାକ ଅଲୀ ଟ୍ରଫିରେ ବ୍ୟାଟ୍ସମ୍ୟାନ ଏବଂ ବୋଲରଙ୍କ ମଧ୍ୟରେ ସମନ୍ୱୟ ଠିକ ରଖିବା ପାଇଁ ଏକ ବଡ ନିୟମ ପ୍ରସ୍ତୁତ କରାଯାଇଛି । ଏଣିକି ଗୋଟିଏ ଓଭରରେ ୨ଟି ବାଉନ୍ସର ବଲ ପକାଇବା ପାଇଁ ବିସିସିଆଇ ଅନୁମତି ଦେଇଛି । ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୬ ପର୍ୟ୍ୟନ୍ତ ସୟଦ ମୁସ୍ତାକ ଅଲୀ ଟ୍ରଫି ଆୟୋଜିତ ହେବ । ଏହାବ୍ୟତୀତ ବିସିସିଆଇ କହିଛି ଯେ, ଟସ୍ ପୂର୍ବରୁ ଦଳ ୪ ଜଣ ବିକଳ୍ପ ଖେଳାଳିଙ୍କ ସହ ପ୍ଲେଇଙ୍ଗ୧୧ ବାଛିପାରିବେ । ମ୍ୟାଚର କୌଣସି ବି ମୁହୂର୍ତ୍ତରେ ସେହି ଖେଳାଳିଙ୍କୁ ଇମ୍ପାକ୍ଟ ଖେଳାଳି ଭାବରେ ଦଳରେ ଏଣ୍ଟ୍ରି କରାଯାଇପାରେ ।ତେବେ ଏଥିପାଇଁ ଓଭରର କୌଣସି ସୀମା ନାହିଁ ।
ସୂଚନା ଅନୁଯାୟୀ, ବର୍ତ୍ତମାନ ଟିମ ଇଣ୍ଡିଆ ଏସିଆ ଗେମ୍ସ ପାଇଁ ପୁରୁଷ ଏବଂ ମହିଳା ଦଳ ପଠାଇବାକୁ ଅନୁମତି ଦେଇଛି ବିସିସିଆଇ । ତେଣୁ ବିଶ୍ୱକପରେ ସୁଯୋଗ ପାଇ ନଥିବା ଖେଳାଳିମାନଙ୍କୁ ଦଳରେ ସାମିଲ କରିବ ମେନ୍ ଇନ୍ ବ୍ଲୁ । ତେବେ ଆପେକ୍ସ କାଉନ୍ସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ସେହିପରି ବିଶ୍ୱକପ ପୂର୍ବରୁ ଦୁଇଟି ପର୍ୟ୍ୟାୟରେ ଷ୍ଟାଡିୟମ ଗୁଡିକ ଅପଡେଟ କରାଯିବ ।

Get real time updates directly on you device, subscribe now.